୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟରେ ୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି। ଏହି ୪ ପ୍ରକଳ୍ପ ରାଜ୍ୟରେ ପ୍ରାୟ ୧୫ ଶହ ୪୨ କୋଟି ଟଙ୍କା ନିବେଶ କରିବେ। ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକ ହେଲା କାସମି ଇଣ୍ଟରନ୍ୟାସନାଲ୍ ଲିମିଟେଡର ପେଲେଟ୍ ପ୍ଲାଣ୍ଟ, ଇଣ୍ତୋ ପେଲେଟସ୍ ପ୍ରାଇଭେଟ୍ ଲିମିଟେଡର ବେନିଫିସିଏସନ୍ ପ୍ଲାଣ୍ଟ, ପ୍ରାକୃତିକ ଏଣ୍ଟରପ୍ରାଇଜେସର କୋଲ ୱାସେରୀ ପ୍ଲାଣ୍ଟ ଏବଂ ମିଡାଲ୍ କେବୁଲ ପ୍ରାଇଭେଟ୍ ଲିମିଟେଡର ଆଲୁମିନିୟମ କଣ୍ଡକ୍ଟର ପ୍ଲାଣ୍ଟ। ଏହି ୪ ପ୍ରକଳ୍ପ କେନ୍ଦୁଝର, […]
ଭୁବନେଶ୍ୱର: ରାଜ୍ୟରେ ୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି। ଏହି ୪ ପ୍ରକଳ୍ପ ରାଜ୍ୟରେ ପ୍ରାୟ ୧୫ ଶହ ୪୨ କୋଟି ଟଙ୍କା ନିବେଶ କରିବେ। ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକ ହେଲା କାସମି ଇଣ୍ଟରନ୍ୟାସନାଲ୍ ଲିମିଟେଡର ପେଲେଟ୍ ପ୍ଲାଣ୍ଟ, ଇଣ୍ତୋ ପେଲେଟସ୍ ପ୍ରାଇଭେଟ୍ ଲିମିଟେଡର ବେନିଫିସିଏସନ୍ ପ୍ଲାଣ୍ଟ, ପ୍ରାକୃତିକ ଏଣ୍ଟରପ୍ରାଇଜେସର କୋଲ ୱାସେରୀ ପ୍ଲାଣ୍ଟ ଏବଂ ମିଡାଲ୍ କେବୁଲ ପ୍ରାଇଭେଟ୍ ଲିମିଟେଡର ଆଲୁମିନିୟମ କଣ୍ଡକ୍ଟର ପ୍ଲାଣ୍ଟ। ଏହି ୪ ପ୍ରକଳ୍ପ କେନ୍ଦୁଝର, ଅନୁଗୁଳ ଏବଂ ତାଳଚେରରେ ହେବ। ପ୍ରକଳ୍ପ ପାଇଁ ଇଡକୋ ଜରିଆରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ। ସେହିପରି ଦୁଇଟି ପ୍ରକଳ୍ପ ପୂର୍ବ ପ୍ରସ୍ତାବିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ଷମ କରିବାକୁ କମିଟି ମଞ୍ଜୁରୀ ଦେଇଛି। ପୂର୍ବରୁ କମିଟିର ମଞ୍ଜୁରୀ ପାଇଥିବା ଇମାନୀ ସିମେଣ୍ଟ ବେଗୁନିଆ ବଦଳରେ ଟାଙ୍ଗିରେ ହେବ। ସେହିପରି ଗୁପ୍ତା ପାୱାର ଇନଫ୍ର।ଷ୍ଟକଚର ଖୋର୍ଦ୍ଧା ବଦଳରେ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି।