ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢା ମୃତ

କଟକ: ପୁଣି ନିଆଳିରେ ମେଣ୍ଢା ମଡ଼କ। ଗତରାତିରେ ଅଜଣା ଜନ୍ତୁ ଆକ୍ରମଣରେ ବିଳାଶୁଣୀ ପଞ୍ଚାୟତ ଦହିଜଙ୍ଗ ଗାଁର ଉଦୟନାଥ ଭୋଇଙ୍କ ୪ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି।

୬ ମାସ ତଳେ ଆରମ୍ଭ ହୋଇଥିବା ମେଣ୍ଢା ମଡ଼କ କିଛି ଦିନର ନୀରବତା ପରେ ପୁଣି ଆରମ୍ଭ ହେବା ପରେ ଚିନ୍ତାରେ ମେଣ୍ଢା ଚାଷୀ। ଗତ ୨୦ଦିନ ଭିତରେ ନିଆଳିରେ ପ୍ରାୟ ୩୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଲାଣି।

ସୂଚନାଯୋଗ୍ୟ, ତିନି ଦିନ ତଳେ ବିଳାଶୁଣୀ ପଞ୍ଚାୟତ ପୋଖରୀ ଗାଁରେ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟି ଥିବାବେଳେ ତରବଣରେ ୨ଟି ମେଣ୍ଢା ମରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।