ନୀଳଗିରିରେ ହାତୀ ଉତ୍ପାତ: ଦଳି ଚକଟି ପକାଇଲେ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଗୋପାଳପୁର ଜଙ୍ଗଲରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଆଜି ଭୋରରେ ୪୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲରେ ୫ଟି ଛୁଆ ହାତୀ ଥିବା ବେଳେ ୪ରୁ ୫ଟି ଦନ୍ତା ଥିବା ଜଣାପଡ଼ିଛି। ହାତୀପଲ ଧାନ କ୍ଷେତରେ ପଶି ଦଳ ଚକଟି ବ୍ୟାପକ  ଫସଲ ନଷ୍ଟ କରୁଛନ୍ତି। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଚିରାଚରିତ ରାସ୍ତା ଦେଇ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି […]

nilagiri

nilagiri

Jyoshna Pradhan
  • Published: Wednesday, 14 November 2018
  • Updated: 14 November 2018, 08:36 AM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଗୋପାଳପୁର ଜଙ୍ଗଲରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଆଜି ଭୋରରେ ୪୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲରେ ୫ଟି ଛୁଆ ହାତୀ ଥିବା ବେଳେ ୪ରୁ ୫ଟି ଦନ୍ତା ଥିବା ଜଣାପଡ଼ିଛି। ହାତୀପଲ ଧାନ କ୍ଷେତରେ ପଶି ଦଳ ଚକଟି ବ୍ୟାପକ  ଫସଲ ନଷ୍ଟ କରୁଛନ୍ତି।elephant

ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଚିରାଚରିତ ରାସ୍ତା ଦେଇ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ହାତୀପଲ ଆସିଛନ୍ତି। ଏହି ଦଳ ଓଡ଼ିଶାରେ ପ୍ରବେଶ କରିବା ପରେ ମୟୂରଭଞ୍ଜର ନଡ଼ପୁର, ଦୁର୍ଗାଦେବୀ ଦେଇ ବାଲେଶ୍ୱରର ପୁନ୍ଦାଳ, କାଠପାଳ ଓ ଗୋପାଳପୁର ରାସ୍ତା ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଆସିଥାନ୍ତି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ  ୩୨ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ନୀଳଗିରିକୁ ପ୍ରବେଶ କରିଥିଲେ। ସେଠାରେ ୩ ଦିନ ରହିବା ପରେ ଫେରି ଯାଇଥିଲେ। ହେଲେ ପୁଣି ହାତୀ ପଲ ଆସିଥିବାରୁ ନୀଳଗିରି ବନାଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos