୪ହଜାର ପଡ଼ାକୁ ମିଳିବ ଗାଁ ମାନ୍ୟତା, ସରଳ ହେଲା ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪ହଜାର ପଡ଼ା ଓ ଜନବସତିକୁ ରାଜସ୍ୱ ଗାଁ ର ମାନ୍ୟତା ମିଳିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ଅନୁମତି ଦେବା ସହ ପ୍ରଚଳିତ ନିୟମରେ ସରଳୀକରଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହି ପଡ଼ା ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦେବା ନିମନ୍ତେ ଥିବା ଗାଇଡଲାଇନକୁ ପାଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଛି। […]

village

village

Tapas Behera
  • Published: Wednesday, 28 July 2021
  • Updated: 28 July 2021, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪ହଜାର ପଡ଼ା ଓ ଜନବସତିକୁ ରାଜସ୍ୱ ଗାଁ ର ମାନ୍ୟତା ମିଳିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ଅନୁମତି ଦେବା ସହ ପ୍ରଚଳିତ ନିୟମରେ ସରଳୀକରଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହି ପଡ଼ା ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦେବା ନିମନ୍ତେ ଥିବା ଗାଇଡଲାଇନକୁ ପାଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଛି।

ବିଭାଗ ପକ୍ଷରୁ ଜାରି ନୂଆ ଗାଇଡଲାଇନ୍ ଅନୁସାରେ ମୂଳ ରାଜସ୍ୱ ଗାଁଠୁ ୫୦୦ମିଟରରୁ ଅଧିକ ଦୂରରେ ଥିବା ୨୫୦କିମ୍ବା ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂଆ ରାଜସ୍ୱ ଗାଁ ଭାବେ ଘୋଷଣା କରାଯିବ। ସେହିପରି ମୂଳ ରାଜସ୍ୱ ଗାଁରୁ ୫୦୦ମିଟର ମଧ୍ୟରେ ଥିବା ୩୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ଜନବସତିକୁ ନୂଆ ରାଜସ୍ୱ ଗାଁ ଭାବେ ଗ୍ରହଣ କରାଯିବ। ୨୫୦ରୁ କମ୍ ଲୋକସଂଖ୍ୟା ଥିବା ପଡ଼ା ଯଦି ପ୍ରାକୃତିକ ଭାବେ ମୂଳ ରାଜସ୍ୱ ଗାଁରୁ ବିଚ୍ଛିନ୍ନ ହୋଇଥିବ ତା’ହେଲେ ସମ୍ପକ୍ତ ପଡ଼ାକୁ ମଧ୍ୟ ସ୍ୱତନ୍ତ୍ର ରାଜସ୍ୱ ଗାଁ ଭାବେ ମାନ୍ୟତା ମିଳିବ । ତେବେ ନୂଆ ରାଜସ୍ୱ ଗାଁ ସୃଷ୍ଟିବେଳେ ଗୋଚର ଓ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ଉପରେ ଜୋର ନଦେବାକୁ ନିର୍ଦ୍ଦିଷ୍ଟ ଭାବେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ଭାବେ ସୃଷ୍ଟି ହେଉଥିବା ଗାଁର ବାସିନ୍ଦାମାନେ ମୂଳ ଗାଁରେ ଥିବା ଗୋଚର ଓ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ ଓ ଏହା ଉଭୟ ଗାଁର ସାଧାରଣ ସମ୍ପତ୍ତି ଭାବେ ବିବେଚିତ ହେବ।

ଜମି ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁ ପୂର୍ବରୁ ଜାରି କେତେକ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧିକାରୀମାନେ ସଠିକ୍ ଭାବେ ବୁଝି ପାରୁନଥିବାରୁ ନୂଆ ରାଜସ୍ୱ ଗାଁ ସୃଷ୍ଟି ହେବାରେ ବାଧା ଉପୁଜୁଥିଲା। ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅଧିକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇ ପାରୁ ନଥିଲା ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ନୂଆ ରାଜସ୍ୱ ଗାଁ ସୃଷ୍ଟି ପାଇଁ ବିଧାନସଭା ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story