ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଡିସିପି ଅଫିସରେ କାର୍ଯ୍ୟ କରୁଥିବା ଆଣ୍ଟି ଫ୍ରଡ୍ ସେଲ୍ରେ ଗତ ବର୍ଷ ଡିସେମ୍ବର ମାସରେ କେବଳ ସାଇବର ଠକେଇ ସମ୍ବନ୍ଧୀୟ ୪୧୪ଟି ଅଭିଯୋଗ ହୋଇଥିଲା। ସେଥିରୁ ୨୧୩ଟି ଅଭିଯୋଗ ଭୁବନେଶ୍ୱରରୁ ଆସିଥିଲା। ଅନ୍ୟ ୨୦୧ଟି ଅଭିଯୋଗ ବାହାର ଜିଲ୍ଲାରୁ କରାଯାଇଥିଲା।
ଭୁବନେଶ୍ୱରରୁ ଯେଉଁ ୨୧୩ଟି ଠକେଇ ଅଭିଯୋଗ ଆସିଥିଲା ସେଥିରୁ ୧୦୦ଟି ୟୁପିଆଇରେ ହୋଇଥିବା ବେଳେ ୬୬ଟି କ୍ରେଡିଟ୍/ଡେବିଟ୍ କାର୍ଡରେ ଓ ବାକି ୪୭ଟି ଅନ୍ୟ ପ୍ରକାରେ ହୋଇଥିଲା।
କେବଳ ଭୁବନେଶ୍ୱରରୁ ୬୦ ଲକ୍ଷ ୫୯ ହଜାର ୬୪୯ ଟଙ୍କା ହଡ଼ପ ହୋଇଥିବାର ଅଭିଯୋଗ ହୋଇଥିଲା। ସେଥିରୁ ଠକାମିର ଶିକାର ହୋଇଥିବା କିଛି ବ୍ୟକ୍ତିଙ୍କୁ ୧୯ଲକ୍ଷ ୭୨ ହଜାର ୨୨୬ ଟଙ୍କା ବିଭିନ୍ନ ସମୟରେ ଫେରସ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ଵରରେ ଗତ ଡିସେମ୍ବର ୨୯ ତାରିଖରୁ ସାଇବର୍ ଓ ଅର୍ଥନୈତିକ ଅପରାଧିକ ପୁଲିସ୍ ଷ୍ଟେସନ୍ କାର୍ଯ୍ୟ ଆରମ୍ଭ କରିଛି। ଭୁବନେଶ୍ଵର ସହରାଞ୍ଚଳ ଜିଲ୍ଲାରେ ଯେକୌଣସି ବ୍ୟକ୍ତି ସାଇବର୍ ଠକେଇର ଶିକାର ହେଲେ ହେଲ୍ପ ଡେସ୍କ ନମ୍ବର 7440006709ରେ ଯୋଗାଯୋଗ କରିପାରିବେ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି: ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍ ସହ ୮ଟି କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ
ଆଜି ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
Miscellaneous
୨୨ରୁ ‘ପିଏମ୍-ଆବାସ’ ଘର ପାଇଁ ଆରମ୍ଭ ହେବ ସର୍ଭେ, କେମିତି ହେବେ ସାମିଲ ଜାଣନ୍ତୁ
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି ।
Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Miscellaneous
ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି, ୨୦ରୁ ସମ୍ଭାଳିବେ ଦାୟିତ୍ୱ
ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Crime
ଦୁର୍ନୀତିଗ୍ରସ୍ତ ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ସଶ୍ରମ ଜେଲ୍, ଘରୁ ମିଳିଥିଲା ନଗଦ ୩ କୋଟି ଟଙ୍କା
୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।