ପୋଲିସର ବାଇକ୍‌ ମେଳା: ଚୋରି ବାଇକ୍‌ ଫେରିପାଇଲେ ଅଭିଯୋଗକାରୀ

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ଅୟୋଜନ କରିଛି ବାଇକ୍‌ ମେଳା। ବିଭିନ୍ନ ମାମଲାରେ ଜବତ ହୋଇଥିବା ବାଇକ୍ ଓ ମୋବାଇଲ ଫୋନ ସେମାନଙ୍କ ମାଲିକଙ୍କୁ ଫେରାଇବା ପାଇଁ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏହି ମେଳା ଆୟୋଜନ କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ୪୩ଜଣଙ୍କୁ ସେମାନଙ୍କ ବାଇକ ଓ ୩ ଜଣଙ୍କୁ ମୋବାଇଲ ଫେରାଇ ଦିଆଯାଇଛି। କମିଶନରେ ପୋଲିସ ବିଭିନ୍ନ ମାମଲାରେ ୨୦୦ରୁ ଅଧିକ ବାଇକ ଓ ୫୦୦ରୁ ଅଧିକ ମୋବାଇଲ ଫୋନ ଜବତ କରିଥିଲା। ସେଗୁଡ଼ିକୁ […]

48-person-got-their-bike-in-bbsr

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 07:47 PM IST

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ଅୟୋଜନ କରିଛି ବାଇକ୍‌ ମେଳା। ବିଭିନ୍ନ ମାମଲାରେ ଜବତ ହୋଇଥିବା ବାଇକ୍ ଓ ମୋବାଇଲ ଫୋନ ସେମାନଙ୍କ ମାଲିକଙ୍କୁ ଫେରାଇବା ପାଇଁ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏହି ମେଳା ଆୟୋଜନ କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ୪୩ଜଣଙ୍କୁ ସେମାନଙ୍କ ବାଇକ ଓ ୩ ଜଣଙ୍କୁ ମୋବାଇଲ ଫେରାଇ ଦିଆଯାଇଛି।

କମିଶନରେ ପୋଲିସ ବିଭିନ୍ନ ମାମଲାରେ ୨୦୦ରୁ ଅଧିକ ବାଇକ ଓ ୫୦୦ରୁ ଅଧିକ ମୋବାଇଲ ଫୋନ ଜବତ କରିଥିଲା। ସେଗୁଡ଼ିକୁ ଫେରାଇବା ପାଇଁ ପୋଲିସ ୱେବସାଇଟ୍‌ରେ ପ୍ରକାଶ କରିଥିଲା। ଜବତ ସାମଗ୍ରୀ ଗୁଡ଼ିକ ୬ମାସ ମଧ୍ୟରେ ଚିହ୍ନଟ ନ ହେଲେ ସେଗୁଡିକୁ ନିଲାମ କରିଦିଆଯିବ ବୋଲି ପୋଲିସ କମିସନର ୱାଇ.ବି. ଖୁରାନିଆ କହିଛନ୍ତି।

Related story