ଚିଟଫଣ୍ଡ ଠକେଇ ଅଭିଯୋଗ: ସିବିଆଇ ଜାଲରେ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ସିଏମଡି ଏବଂ ଜେନେରାଲ ମ୍ୟାନେଜର

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 09:28 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚିଟଫଣ୍ଡ ଠକେଇ। ୪୩୩ କୋଟି ଠକେଇ ଅଭିଯୋଗରେ ଗତକାଲି ସିବିଆଇ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଏମଡି ଆଶିଷ ଚୌହାନ ଏବଂ ଅଭିଷେକ ଚୌହାନ। ଦୀର୍ଘଦିନ ଧରି ଫେରାର ରହିବା ପରେ ଗତକାଲି ଉଭୟ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ସିବିଆଇ ଉଭୟଙ୍କୁ ଗିରଫ କରିଥିଲା।</p> <p>ସୂଚନା ଅନୁସାରେ ଏହି ସଂସ୍ଥା ମଧ୍ୟପ୍ରଦେଶର। ଓଡ଼ିଶାରେ ମଧ୍ୟ ଏହାର ଶାଖା ଖୋଲି ଲୋକଙ୍କଠାରୁ ବେଆଇନ ଟଙ୍କା ଆଦାୟ କରୁଥିଲା। ଗିରଫ ପରେ ଉଭୟଙ୍କୁ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ଜେଲକୁ ପଠାଯାଇଛି। ଆଜି ଉଭୟଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାର ସମ୍ଭାବନା ରହିଛି।</p>

Related story