ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୀଳ ଆକାଶରେ ପକ୍ଷୀ ପରି ଉଡ଼ିବେ ଦିବ୍ୟାଙ୍ଗ ପିଲା। ଆଉ ଦୂର ଦିଗବଳୟରୁ ଦୁନିଆକୁ ଆଖି ପୂରାଇ ଦେଖିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍ଜିଓ ଏପରି ବ୍ୟବସ୍ଥାର ଆୟୋଜନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି।
ଆସନ୍ତା ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ ୪୪ ଜଣ ଦିବ୍ୟାଙ୍ଗ ପିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଉଡିବେ। ୪୪ ଜଣଙ୍କ ଭିତରୁ ୨୩ ଜଣ ପୁଅ ଓ ୨୧ ଝିଅ ଅଛନ୍ତି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯.୨୫ ମିନିଟ୍ରେ ଉଡାଣ ଆରମ୍ଭ ହେବ। ଆକାଶରେ ୪୦ ମିନିଟ୍ ଧରି ପିଲାମାନେ ବିମାନରେ ଉଡ଼ିବ। ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ୍ କରି ଏୟାର ଇଣ୍ଡିଆ CMD ଓ ଆଲିଆନ୍ସ ଏୟାର CEOଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।
Miscellaneous
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି ।