ଟ୍ରେନରୁ ଡକାୟତି ଉଦ୍ୟମ ବେଳେ ଧରାପଡିଲେ ୫ ଆନ୍ତଃରାଜ୍ୟ ଲୁଟେରା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଟ୍ରେନରୁ ଡକାୟତି ଉଦ୍ୟମ ଯୋଜନା ବେଳେ ଖୋର୍ଦ୍ଧା ଆରପିଏଫ୍ ଓ ଜିଆରପି ପୋଲିସ ଦ୍ୱାରା ୫ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସୁନୀଲ କୁମାର, ରାଜେଶ, ବିଜେନ୍ଦ୍ର କୁମାର, ରାଜେଶ କୁମାର ଏବଂ ରବିନ୍ଦ୍ର କୁମାର ସିଂ ।  ଏମାନଙ୍କ ଘର ଦିଲ୍ଲୀ ଓ ହରିୟାଣାରେ । ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର ସହ ୫ଟି ଛୁରୀ, ଗୋଟିଏ କଟୁରୀ, ୪ପ୍ୟାକେଟ ଲଙ୍କାଗୁଣ୍ଡ ଏବଂ ନଗଦ ୨୧ହଜାର ଟଙ୍କା ଜବତ କରିଛି । ପୋଲିସର ସୂଚନା ଅନୁସାରେ ଏମାନେ ଦୀର୍ଘ ସମୟ ଧରି ଖୋର୍ଦ୍ଧା ରୋଡ ଷ୍ଟେସନରେ ଅପେକ୍ଷା କରିଥିଲେ ।  କୌଣସି କାରଣ ବସତଃ ଜଟଣୀ ଆରପିଏଫ୍ ଏବଂ ଜିଆରପିର ସନ୍ଦେହ ହେବା ପରେ ପୋଲିସ ଅତର୍କିତ ଚଢାଉ କରିଥିଲା ।