୫ ଦଫା ଦାବିରେ ଅଗଷ୍ଟ ୧ରୁ ୯ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧିବେ ବିଶ୍ୱବିଦ୍ୟାଳୟ ଶିକ୍ଷକ

ଭୁବନେଶ୍ୱର: କ୍ୟାରିୟର ଆଡଭାନସମେଣ୍ଟ ସ୍କିମରେ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କୁ ପଦୋନ୍ନତି, ୟୁଜିସି ଗାଇଡଲାଇନ୍ ଅନୁସାରେ ଲେକ୍ଚର ଓ ରିଡର ପଦବୀ ବଦଳରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଟ୍ ପ୍ରଫେସର ଏବଂ ପ୍ରଫେସରଙ୍କୁ ସିନିୟର ପ୍ରଫେସର ପଦବିରେ ନାମିତ କରିବା, ଅବସର ବୟସ ୬୫କୁ ବୃଦ୍ଧି ଏବଂ ଆଡହକମାନଙ୍କୁ ନିୟମିତ କରିବା ଭଳି ସରକାରଙ୍କ ପାଖରେ ୫ଦଫା ଦାବି ରଖିଛି ଫେଡେରେସନ୍ ଅଫ୍ ଓଡିଶା ୟୁନିଭରସିଟି ଟିଚର୍ସ ଆସୋସିଏସନ। ଏନେଇ ଆସନ୍ତା ଅଗଷ୍ଟ ୧ରୁ ୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ […]

university

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 07:13 AM IST

ଭୁବନେଶ୍ୱର: କ୍ୟାରିୟର ଆଡଭାନସମେଣ୍ଟ ସ୍କିମରେ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କୁ ପଦୋନ୍ନତି, ୟୁଜିସି ଗାଇଡଲାଇନ୍ ଅନୁସାରେ ଲେକ୍ଚର ଓ ରିଡର ପଦବୀ ବଦଳରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଟ୍ ପ୍ରଫେସର ଏବଂ ପ୍ରଫେସରଙ୍କୁ ସିନିୟର ପ୍ରଫେସର ପଦବିରେ ନାମିତ କରିବା, ଅବସର ବୟସ ୬୫କୁ ବୃଦ୍ଧି ଏବଂ ଆଡହକମାନଙ୍କୁ ନିୟମିତ କରିବା ଭଳି ସରକାରଙ୍କ ପାଖରେ ୫ଦଫା ଦାବି ରଖିଛି ଫେଡେରେସନ୍ ଅଫ୍ ଓଡିଶା ୟୁନିଭରସିଟି ଟିଚର୍ସ ଆସୋସିଏସନ। ଏନେଇ ଆସନ୍ତା ଅଗଷ୍ଟ ୧ରୁ ୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ତାସହ ୧୧ ତାରିଖରେ ରାମମନ୍ଦିରରୁ ପିଏମଜି ପର୍ଯ୍ୟନ୍ତ କ୍ୟାଣ୍ଡେଲ ରାଲି, ୧୭ରେ ପିଏମଜିରେ ଧାରଣା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏସବୁ ସତ୍ତ୍ୱେ

ସରକାର ଦାବି ନଶୁଣିଲେ ଆସନ୍ତା ୨୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଫେଡେରେସନ୍। ଏଥିରେ ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୨ହଜାର ଶିକ୍ଷକ ସାମିଲ ହେବେ ବୋଲି ସଂଘ କହିଛି।

Related story