ଚାନ୍ଦା ନ ଦେବାରୁ ମନ୍ଦିର ପ୍ରବେଶ ମନା
ଜଳେଶ୍ୱର(ଅଜିତ କୁମାର ଦାସ): ଚାନ୍ଦା ନ ଦେବାରୁ ୫ଟି ପରିବାରଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଗ୍ରାମ୍ୟ କମିଟି ଏପରି ପ୍ରତିବନ୍ଧ ଲଗାଇବା ସହ ଏହି ପରିବାର ମୁଖ୍ୟଙ୍କ ନାଁ ମନ୍ଦିର କାନ୍ଥରେ ଲେଖି ଲୋକଙ୍କ ଅବଗତ କରିଛି। ଏପରି କିଛି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ।
ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ ମନ୍ଦିର ନ ଯିବାକୁ ଗ୍ରାମ୍ୟ କମିଟି ବାରଣ କରିଥିବା ନେଇ ଅଭିଯୋଗ ହୋଇଛି। ଗାଁ ଚାନ୍ଦା ଦେଇ ନ ଥିବାରୁ ଏହି ପରିବାର ସଦସ୍ୟମାନେ ପୂଜା କରିପାରିବନି କହି ପୂଜକ ଫେରାଇ ଦେଇଥିଲେ। ଏଥିସହ ଗ୍ରାମ କମିଟି ସଦସ୍ୟ ସେମାନଙ୍କ ପୂଜା ଡାଲା ଫିଙ୍ଗି ଦେଇଥିବା ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାସନ୍ଦ ପରିବାର।
ଗାଁ ମୁଖିଆ କହିଛନ୍ତି,“ପୂଜକଙ୍କୁ ଦରମା ଦେଇ ଗ୍ରାମବାସୀ ରଖିଛନ୍ତି। ତେଣୁ କମିଟି ନିୟମ ନ ମାନିଲେ ଗାଁ କମିଟି ରଖିଥିବା ପୂଜକ ପୂଜା କରିବେନି, ହେଲେ ଅନ୍ୟ ପୂଜକଙ୍କୁ ନେଇ ସମ୍ପୃକ୍ତ ପରିବାର ଠାକୁରଙ୍କୁ ପୂଜା କରିପାରିବେ।”
https://youtu.be/anAESL04DWM
Ordigital Desk
• Published: Thursday, 17 May 2018
• Updated: 17 May 2018, 09:51 AM IST
Sports
Latest News
ଜଳେଶ୍ୱର(ଅଜିତ କୁମାର ଦାସ): ଚାନ୍ଦା ନ ଦେବାରୁ ୫ଟି ପରିବାରଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଗ୍ରାମ୍ୟ କମିଟି ଏପରି ପ୍ରତିବନ୍ଧ ଲଗାଇବା ସହ ଏହି ପରିବାର ମୁଖ୍ୟଙ୍କ ନାଁ ମନ୍ଦିର କାନ୍ଥରେ ଲେଖି ଲୋକଙ୍କ ଅବଗତ କରିଛି। ଏପରି କିଛି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ।
ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ ମନ୍ଦିର ନ ଯିବାକୁ ଗ୍ରାମ୍ୟ କମିଟି ବାରଣ କରିଥିବା ନେଇ ଅଭିଯୋଗ ହୋଇଛି। ଗାଁ ଚାନ୍ଦା ଦେଇ ନ ଥିବାରୁ ଏହି ପରିବାର ସଦସ୍ୟମାନେ ପୂଜା କରିପାରିବନି କହି ପୂଜକ ଫେରାଇ ଦେଇଥିଲେ। ଏଥିସହ ଗ୍ରାମ କମିଟି ସଦସ୍ୟ ସେମାନଙ୍କ ପୂଜା ଡାଲା ଫିଙ୍ଗି ଦେଇଥିବା ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାସନ୍ଦ ପରିବାର।
ଗାଁ ମୁଖିଆ କହିଛନ୍ତି,“ପୂଜକଙ୍କୁ ଦରମା ଦେଇ ଗ୍ରାମବାସୀ ରଖିଛନ୍ତି। ତେଣୁ କମିଟି ନିୟମ ନ ମାନିଲେ ଗାଁ କମିଟି ରଖିଥିବା ପୂଜକ ପୂଜା କରିବେନି, ହେଲେ ଅନ୍ୟ ପୂଜକଙ୍କୁ ନେଇ ସମ୍ପୃକ୍ତ ପରିବାର ଠାକୁରଙ୍କୁ ପୂଜା କରିପାରିବେ।”
https://youtu.be/anAESL04DWM
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos