ଅଠରନଳା ପୋଲ ଉପରେ ୫ ଫୁଟ୍‌ ପାଣି

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନାରେ ତିତ୍‌ଲି ପ୍ରଭାବରେ ପବନ ସହ ବର୍ଷା ଲାଗି ରହିଛି।  ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଥିବା ଯୋଗୁ ଲେଡ଼ବନ୍ଧ ନଦୀର ଜଳ ୩ ଫୁଟ୍‌ ଉଚ୍ଚରେ ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଅଠରନଳା ପୋଲ ଉପରେ ମଧ୍ୟ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି। ମୋହନାଠାରୁ  ଅନ୍ତରବା ଓ ଗୁମିଗୁଡ଼ା ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ […]

gajapati

Manoranjan Sial
  • Published: Thursday, 11 October 2018
  • , Updated: 11 October 2018, 11:54 AM IST

ମୋହନା(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନାରେ ତିତ୍‌ଲି ପ୍ରଭାବରେ ପବନ ସହ ବର୍ଷା ଲାଗି ରହିଛି।  ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଥିବା ଯୋଗୁ ଲେଡ଼ବନ୍ଧ ନଦୀର ଜଳ ୩ ଫୁଟ୍‌ ଉଚ୍ଚରେ ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେହିପରି ଅଠରନଳା ପୋଲ ଉପରେ ମଧ୍ୟ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି।

ମୋହନାଠାରୁ  ଅନ୍ତରବା ଓ ଗୁମିଗୁଡ଼ା ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ତଳେ ପଡ଼ିଛି। ଏଥିସହ ଗଛ ଗୁଡ଼ିକ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।

Related story