୫ ଆଇପିଏସଙ୍କୁ ଏଡିଜି ପାହ୍ୟା: କାହିଁକି ସରକାର ବ୍ୟଗ୍ର, ନୀତିନିୟମକୁ ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ତେବେ ରାଜ୍ୟ ସରକାରରେ ଅନୁମୋଦିତ ପଦବୀଠୁ ବେଶ୍ ଅଧିକ ସଂଖ୍ୟାରେ ଏବେ ଅତିରିକ୍ତ ଡିଜି କାର୍ଯ୍ୟରତ ଥିବାବେଳେ ଏହି ଅଫିସରମାନଙ୍କୁ ପଦୋନ୍ନତି ଦେବାକୁ ସରକାର କାହିଁକି ଏତେ ବ୍ୟଗ୍ର ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ […]

lokasa

lokasa

Ordigital Desk
  • Published: Thursday, 29 December 2022
  • Updated: 29 December 2022, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ତେବେ ରାଜ୍ୟ ସରକାରରେ ଅନୁମୋଦିତ ପଦବୀଠୁ ବେଶ୍ ଅଧିକ ସଂଖ୍ୟାରେ ଏବେ ଅତିରିକ୍ତ ଡିଜି କାର୍ଯ୍ୟରତ ଥିବାବେଳେ ଏହି ଅଫିସରମାନଙ୍କୁ ପଦୋନ୍ନତି ଦେବାକୁ ସରକାର କାହିଁକି ଏତେ ବ୍ୟଗ୍ର ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁର, ଏସଡି ଦେବଦତ୍ତ ସିଂ, ରାଜେଶ କୁମାର ଓ ରବିକାନ୍ତ ଆସନ୍ତା ୨୦୨୩ ଜାନୁୟାରୀ ପହିଲାରୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ପେ- ସ୍କେଲ(ଲେଭଲ-୧୫) ଆଧାରରେ ଦରମା ପାଇବେ । ସେହି ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ଏଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । କିନ୍ତୁ ସେହି ବ୍ୟାଚର ଆଇପିଏସ୍ ଏନବି ଭାରତୀଙ୍କୁ ଏହି ପଦୋନ୍ନତିରୁ ବାଦ୍ ଦିଆଯାଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କ୍ରିିନିଂ କମିଟି ନିଷ୍ପତ୍ତି ଅନୁସାରେ ଏହି ଆଇପିଏସ୍ ଅଫିସରମାନଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଶ୍ରୀ ଠାକୁର ଏବେ ଆଇଜି-ଅପରେସନ, ଶ୍ରୀ ଦେବଦତ୍ତ ସିଂ ଆଇଜି-ହେଡକ୍ୱାର୍ଟର, ରାଜେଶ କୁମାର ଆଇଜି-ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ଭାବେ କାର୍ଯ୍ୟକରୁଥିବାବେଳେ ରବିକାନ୍ତ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଭାବେ କାର୍ଯ୍ୟରତ ।

ଏପଟେ ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟରେ ୧୯୮୭ ବ୍ୟାଚ୍ ଆଇପିଏସ ତଥା ଡିଜିପି ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ ଛାବ୍ରା ଡିଜି ପାହ୍ୟାରେ ‘ପେ-ସ୍କେଲ- ଲେଭଲ-୧୭’ ହାରରେ ଦରମା ଓ ଭତ୍ତା ପାଉଥିବାବେଳେ ୧୯୮୮ ବ୍ୟାଚର ସନ୍ତୋଷ କୁମାର ଉପାଧ୍ୟାୟ ଓ ଅରୁଣ ରାୟ ଲେଭଲ-୧୬ ହାରରେ ଦରମା ପାଉଛନ୍ତି । ଯଦିଓ ଏହି ୪ଜଣ ଅଫିସର ଏବେ ଡିଜି ପାହ୍ୟାରେ ଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି ।

ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କଠୁ ଆରମ୍ଭ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ରେଖା ଲୋହାନୀଙ୍କ ପର୍ଯ୍ୟନ୍ତ ମୋଟ ୧୯ଜଣ ଅଫିସର ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ଓ ସମସ୍ତଙ୍କୁ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇସାରିଛନ୍ତି । ଏହି ସମସ୍ତ ଅଫିସର ଏବେ ପେ-ସ୍କେଲ ଲେଭଲ-୧୫ ହାରରେ ଦରମା ଓ ଭତ୍ତା ଆଦି ପାଉଛନ୍ତି ତଥା ଏହି ୧୯୮୯-୧୯୯୭ ବ୍ୟାଚ ମଧ୍ୟରେ ଥିବା ବାକି ୮ଜଣ ଆଇପିଏସ୍ ଅଫିସରଙ୍କୁ ସରକାର ଏଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ବି ଦେଇଛନ୍ତି । ଅର୍ଥାତ୍ ଏବେ ରାଜ୍ୟରେ ଡିଜି ଓ ଏଡିଜି ପାହ୍ୟାରେ ମୋଟ ୨୩ଜଣ ଅଫିସର କାର୍ଯ୍ୟରତ ଅଛନ୍ତି । ଯଦିଓ ଏହି ଉଭୟ ପାହ୍ୟାରେ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ମାତ୍ର ୧୨। ଏବେ ପୁଣି ଆଉ ଜଣେ ଆଇପିଏସଙ୍କୁ ଏଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ସହ ମୋଟ ୫ଜଣଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି।

ଅନ୍ୟପକ୍ଷରେ ଆଇପିଏସ୍ ରିକ୍ର‌୍ୟୁଟମେଂଟ ରୁଲସ୍ -୧୯୫୪ରେ ଥିବା ପ୍ରାବଧାନକୁ ଉଲ୍ଲଘଂନ କରି ରାଜ୍ୟ ସରକାର ଅଧିକ ସଂଖ୍ୟକ ଆଇପିଏସଙ୍କୁ ପଦୋନ୍ନତିଭିତ୍ତିକ ପଦବୀରେ ଥଇଥାନ କରିବାକୁ ପଛାଉନାହାନ୍ତି । ଜଣେ ଆଇପିଏସ୍ ଅଫିସର ନିଜ ଚାକିରିର ୨୫ବର୍ଷ ପୂରଣ କରିବା ପରେ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇବାକୁ ହକଦାର ହୋଇଥାନ୍ତି ତଥା ସେମାନଙ୍କୁ ପଦୋନ୍ନତି ଦେବାସମୟରେ ରାଜ୍ୟ ସରକାର ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟାକୁ ମଧ୍ୟ ବିଚାରକୁ ନେବାର ପ୍ରାବଧାନ ରହିଛି । କିନ୍ତୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ସ୍କ୍ରିନିଂ କମିଟି ଏଥିପ୍ରତି ଆଖିବୁଜି ଦେଇଛି । ଆଉ ତରବରିଆ ଭାବେ ଏହି ଆଇଜି ପାହ୍ୟାର ୫ଜଣ ଅଫିସରଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଯଦିଓ ଡିଜି ଓ ଏଡିଜି ପାହ୍ୟାରେ ମଞ୍ଜୁରୀପ୍ରାପ୍ତ ପଦବୀଠୁ ବି ବେଶ୍ ଅଧିକ ସଂଖ୍ୟକ ଆଇପିଏସ୍ କାର୍ଯ୍ୟରତ ଅଛନ୍ତି । ଆଉ ସେମାନଙ୍କୁ ରାଜ୍ୟ ରାଜକୋଷରୁ ସରକାର ସେହି ହାରରେ ଦରମା ଓ ଭତ୍ତା ମଧ୍ୟ ଦେଉଛନ୍ତି ।

ଗତ ନଭେମ୍ବର ୨୮ତାରିଖରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାନସଭାରେ ରଖିଥିବା ଉତ୍ତର ଅନୁସାରେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମାତ୍ର ଗୋଟିଏ ଡିଜି ପଦବୀ ଥିବାବେଳେ ଏବେ ଅଧିକ ଗୋଟିଏ ଡିଜି ପଦବୀରେ ଅଫିସର କାର୍ଯ୍ୟରତ ଅଛନ୍ତି । ସେହିପରି ମୋଟ ମଞ୍ଜୁରୀପ୍ରାପ୍ତ ଏଡିଜି ପଦବୀ ୧୧ ହୋଇଥିବାବେଳେ ଏବେ ୧୨ଜଣ ଅଫିସର କାର୍ଯ୍ୟରତ ଅଛନ୍ତି । ଅର୍ଥାତ ଉଭୟ ମଞ୍ଜୁରୀପ୍ରାପ୍ତ ଡିଜି ଓ ଏଡିଜି ପଦବୀ ତୁଳନାରେ ଜଣେ ଲେଖାଏଁ ଅଫିସର ଅଧିକ ରହିଛନ୍ତି । ତେବେ ଆଇଜି ପାହ୍ୟାରେ ମୋଟ ମଞ୍ଜୁରୀପ୍ରାପ୍ତ ୧୬ଟି ପଦବୀ ଥିବାବେଳେ ସେଥିରେ ୧୫ଜଣ କାର୍ଯ୍ୟରତ ଅଛନ୍ତି । ମୋଟ ମଞ୍ଜୁରୀପ୍ରାପ୍ତ ଡିଆଇଜି ପଦବୀ ୧୮ରୁ ୧୧ଟି ଖାଲି ପଡ଼ିଥିବାବେଳେ ଏସପି ପାହ୍ୟାରେ ୬୩ରୁ ୧୫ଟି ଖାଲି ପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story