୬ ଦିନ ପରେ ୧୦ ତଳକୁ ଖସିଲା, ୨ ଜିଲ୍ଲାରୁ ୫ ଜଣ ଆଖି ବୁଜିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୨୭ ତାରିଖ ଠାରୁ ରାଜ୍ୟରେ ପ୍ରତ୍ୟେକ ଦିନ ୧୦ କିମ୍ବା ତା’ଠାରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜି ଏଥିରେ ଲାଗିଛି ବ୍ରେକ୍‌। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି। ଏହି ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ଓ ତିନି ଜଣ […]

DeadBody

Niharika Rout
  • Published: Monday, 03 May 2021
  • , Updated: 03 May 2021, 01:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୨୭ ତାରିଖ ଠାରୁ ରାଜ୍ୟରେ ପ୍ରତ୍ୟେକ ଦିନ ୧୦ କିମ୍ବା ତା’ଠାରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜି ଏଥିରେ ଲାଗିଛି ବ୍ରେକ୍‌। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି।

ଏହି ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ଓ ତିନି ଜଣ ସୁନ୍ଦରଗଡ଼ ଜିଲ୍ଲାର। ଆଉ ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୬୫ ହୋଇଯାଇଛି, ଯାହା ରାଜ୍ୟରେ ସର୍ବାଧିକ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ଭୁବନେଶ୍ୱରର ବାସିନ୍ଦା ଥିଲେ। ସେମାନଙ୍କୁ ଯଥାକ୍ରମେ ୭୨ ଓ ୭୩ ବର୍ଷ ହୋଇଥିଲା। ସେମାନେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ତିନି ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ସମସ୍ତେ ମହିଳା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୩୭ ବର୍ଷ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କୁ ୫୨ ଓ ୫୪ ବର୍ଷ ହୋଇଥିଲା। ୫୨ ବର୍ଷୀୟା ମହିଳା ଜଣଙ୍କର ଡାଇବେଟିସ୍‌ ଜନିତ ସମସ୍ୟା ରହିଥିଲା।

ଗଞ୍ଜାମ ଜିଲ୍ଲାରେ କରୋନାରେ ଏଯାବତ ୨୬୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୧୪୬ ଓ ପୁରୀରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୫୮ ଜଣ ଅଛନ୍ତି।

Related story