ଜଳେଶ୍ୱରର ୫ ଗାଁ ପାଣିଘେରରେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ବି ଅନେକ ଗାଁ ପାଣି ଘେରରେ ରହିଛି। ଜଳେଶ୍ୱର କୁମୁଡା ପଞ୍ଚାୟତର ୫ଟି ଗାଁ ଲୋକେ ପାଣି ଘେରରେ ଦିନ କଟାଉଛନ୍ତି।

ନଳକୂପ ପାଣିରେ ବୁଡି ରହିଥିବାରୁ ପିଇବା ପାଣି ପାଇବାକୁ ଲୋକେ ହନ୍ତସନ୍ତ  ହେଉଛନ୍ତି। ରୋଗୀଙ୍କୁ ଡଙ୍ଗା, ନ ହେଲେ ଭେଳା ସାହାଯ୍ୟରେ ନିଆଯାଉଛି ଡାକ୍ତରଖାନା।