୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝିଅଟିର ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗାଁର ୨୨ ବର୍ଷୀୟ ଯୁବକ ଗୁଣ୍ଡୁରୀ ବେହେରା ଝିଅଟିକୁ ଚକୋଲେଟ୍‌ ଓ ଆଇସ୍‌କ୍ରିମ୍ ଦେବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଗତକାଲି ରାତିରେ ଝିଅଟି ପରିସ୍ରା ଯିବା ବେଳେ ଯନ୍ତ୍ରଣା ଅନୁଭବ କରିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ […]

rape

Jyoshna Pradhan
  • Published: Monday, 10 June 2019
  • , Updated: 10 June 2019, 02:55 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝିଅଟିର ବାପା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗାଁର ୨୨ ବର୍ଷୀୟ ଯୁବକ ଗୁଣ୍ଡୁରୀ ବେହେରା ଝିଅଟିକୁ ଚକୋଲେଟ୍‌ ଓ ଆଇସ୍‌କ୍ରିମ୍ ଦେବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଗତକାଲି ରାତିରେ ଝିଅଟି ପରିସ୍ରା ଯିବା ବେଳେ ଯନ୍ତ୍ରଣା ଅନୁଭବ କରିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଥିଲା।

ଏନେଇ ଝିଅଟିର ବାପା ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାକୁ ଡାକ୍ତରୀ ମାଇନା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅଭିଯୁକ୍ତକୁ ଅଟକ ରଖି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story