ମଧ୍ୟାହ୍ନ ଭୋଜନରେ ପୋକରା ସୋୟାବିନ୍‌ ତରକାରୀ ଖାଇ ୫୩ରୁ ଅଧିକ ପିଲା ଅସୁସ୍ଥ

କାମାକ୍ଷାନଗର (ବିଦ୍ୟାଧର ବରାଳ): ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯାଉଛି ପୋକରା ସୋୟାବିନ୍‌ ତରକାରୀ! ଯାହାକୁ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଆଜି ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଆସିଛି। ସୋଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଛି। ଏଠାରେ ପାଖାପାଖି ୩୪୫ ପିଲା ପାଠ ପଢ଼ୁଛନ୍ତି। ସବୁଦିନ ପରି ଆଜି ମଧ୍ୟ ପିଲାମାନେ ସ୍କୁଲ ଆସିଥିଲେ। ଆଉ ମହିମା ମା’ ହରଗୌରୀ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ […]

Dhenkanal

  • Published: Friday, 19 August 2022
  • , Updated: 19 August 2022, 09:15 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯାଉଛି ପୋକରା ସୋୟାବିନ୍‌ ତରକାରୀ! ଯାହାକୁ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଆଜି ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଆସିଛି।

ସୋଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଛି। ଏଠାରେ ପାଖାପାଖି ୩୪୫ ପିଲା ପାଠ ପଢ଼ୁଛନ୍ତି। ସବୁଦିନ ପରି ଆଜି ମଧ୍ୟ ପିଲାମାନେ ସ୍କୁଲ ଆସିଥିଲେ। ଆଉ ମହିମା ମା’ ହରଗୌରୀ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ସ୍କୁଲକୁ ଯୋଗାଇ ଦିଆଯାଇଥିଲା। ଖେଳଛୁଟିରେ ପ୍ରାୟତଃ ୨୬୫ ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜରେ ଭାତ ଓ ସ୍ୱୟାବିନ୍‌ ତରକାରୀ ହୋଇଥିଲା।

ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ସୋୟାବିନ୍‌ ତରକାରୀରୁ ପୋକ ବାହାରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ପିଲାମାନେ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ। ୫୩ରୁ ଅଧିକ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଆହୁରି ପିଲା ମେଡ଼ିକାଲ୍‌କୁ ଆସୁଥିବା ଜଣାପଡ଼ିଛି। ସେମାନଙ୍କୁ ସେଠାରେ ଚିକିତ୍ସା ଯୋଗାଇ ଦିଆଯାଉଛି।

ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ସ୍କୁଲରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଥିବା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ୱାର ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିବା ସହିତ ତାଗିଦ କରି ଆସୁଥିଲେ। ହେଲେ ଖାଦ୍ୟ ଯୋଗାଉଥିବା ସ୍ୱୟଂସହାୟକ ଗୋଷ୍ଠୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଆଜି ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି।

ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା କହିଛନ୍ତି, ଆମ ସ୍କୁଲକୁ ମହିମା ମା’ ହରଗୌରୀ ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଯୋଗାଉଛି। ହେଲେ ସେମାନେ ନିମ୍ନମାନର ଖାଦ୍ୟ ଦେଉଛନ୍ତି। ଭଲ ଖାଦ୍ୟ ଦେବା ପାଇଁ ବହୁବାର କହିଥିଲି। ହେଲେ ସେମାନେ କିଛି ଶୁଣୁ ନାହାନ୍ତି। ଶେଷରେ କିଛି ଉପାୟ ନପାଇ ୧୫ ଦିନ ତଳେ ମୁଁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକଙ୍କୁ ଜଣାଇଥିଲି। ଏପରିକି ଜିଲ୍ଲାପାଳ, ସବ୍‌-କଲେକ୍ଟର, ଡିଇଓ ମାଡ଼ାମଙ୍କୁ ମଧ୍ୟ ଅବଗତ କରାଇଛି ବୋଲି ଶ୍ରୀବତୀ ବେହେରା କହିଛନ୍ତି।

ମାତ୍ର ଏନେଇ ମହିମା ମା’ ହରଗୌରୀ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Related story