ରାଜ୍ୟର ୫୬% ପରିବାରକୁ ପାନୀୟ ଜଳ ସଂଯୋଗ ନାହିଁ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ମୋଟ ୩୧୪ଟି ବ୍ଲକରୁ ମାତ୍ର ୧୬୦ଟି ବ୍ଲକରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଛି । ଗ୍ରାମାଂଚଳର ୫୬% ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ‘ଜଳ ଜୀବନ ମିଶନ’ ଓ ‘ହର ଘର ନଲପେ ଜଲ’ ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ […]

BJP Leader

BJP Leader

Ordigital Desk
  • Published: Saturday, 09 April 2022
  • Updated: 09 April 2022, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ମୋଟ ୩୧୪ଟି ବ୍ଲକରୁ ମାତ୍ର ୧୬୦ଟି ବ୍ଲକରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଛି । ଗ୍ରାମାଂଚଳର ୫୬% ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ‘ଜଳ ଜୀବନ ମିଶନ’ ଓ ‘ହର ଘର ନଲପେ ଜଲ’ ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ଅର୍ଥରେ ବ୍ୟାପକ ଅନିୟମିତତା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ଜଳସଂକଟ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ରାଜ୍ୟର ସବୁ ନଦୀ, ନାଳ ଏକ ପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ୩୧୪ ବ୍ଲକରୁ ୧୬୦ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ କାଗଜ କଲମରେ ସୀମିତ ରହିଛି। ରାଜ୍ୟର ୫୬ ପ୍ରତିଶତ ଗ୍ରାମାଂଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗାମରେ ୨୩୭ଟି ପ୍ରକଳ୍ପରୁ ୧୧୩ଟି ପ୍ରକଳ୍ପ ଏବେ ସୁଦ୍ଧା ଆରମ୍ଭ ହୋଇପାରିନାହିଁ । ଆଦିବାସୀ ଓ ଶିଳ୍ପ ଜିଲ୍ଲା ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ୭ ପ୍ରତିଶତ ଘରକୁ ପାଣି ଯୋଗାଣ ହୋଇଛି । ଜାତୀୟସ୍ତରରେ ୮୩ ପ୍ରତିଶତ ବିଦ୍ୟାଳୟ ଏବଂ ୭୮ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରକୁ ପାନୀୟ ଜଳ ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ଏହା ଯଥାକ୍ରମେ ୬୭ % ବିଦ୍ୟାଳୟ ଏବଂ ୫୪ % ଅଙ୍ଗନବାଡିରେ ପାନୀୟ ଜଳ ଯୋଗାଣ ହୋଇଛି । ଏପରିକି ଓଡ଼ିଶାର ୪୦ ପ୍ରତିଶତ ଗ୍ରାମରେ ‘ଗ୍ରାମ୍ୟ ଜଳ ଓ ପରିମଳ କମିଟି' ଗଠନ ସମ୍ଭବ ହୋଇନାହିଁ ।

୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ରାଜ୍ୟ ସରକାର ମାତ୍ର ୪୨.୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୯ ମସିହାରୁ ପାନୀୟ ଜଳ ପ୍ରକଳ୍ପ ବାବଦରେ ୧୨୯୮.୭୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ବ୍ୟବହାର କରିବାରେ ରାଜ୍ୟ ସରକାର ବିଫଳ ହୋଇଥିଲେ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ଖର୍ଚ୍ଚ ନକରିପାରିବା କାରଣରୁ ୮୩୧ କୋଟି ଟଙ୍କା ଫେରିଯିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରିଛି । କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ଜରିଆରେ କେବଳ ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅଥଚ ଜଳଜୀବନ ମିଶନ ଲୋଗୋ କିମ୍ବା କେନ୍ଦ୍ରର ନା ନାହିଁ । ଏହି କାରଣରୁ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହୋଇ ଦୁଃଖ କଷ୍ଟରେ ଜୀବନ କାଟିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ଅଭିଯୋଗ କରିଛି।

ଶ୍ରୀ ବଳିୟାରସିଂ କହିଛନ୍ତି ଯେ, ଜଳ ଜୀବନ ମିଶନ ଜରିଆରେ ୨୦୨୪ ମସିହା ସୁଦ୍ଧା ଦେଶର ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପଦକ୍ଷେପ ନେଇଛନ୍ତ ‘ନ୍ୟାୟିକ ପକ୍ଷ'ର ୪ର୍ଥ ଦିନରେ ଆଜି କେନ୍ଦ୍ର ସରକାରଙ୍କ "ହର୍ ଘର୍‌, ନଲ୍ ପେ ଜଲ୍‌" ଯୋଜନା ସଂପର୍କରେ ଲୋକଙ୍କ ଗହଣକୁ ଯାଇ ବିଜେପି ପକ୍ଷରୁ ସଚେତନ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିରଂଚି ନାରାୟଣ ତ୍ରିପାଠୀ ଓ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story