ଉଲ୍ଲେଖନୀୟ କାମ ପାଇଁ ୫୬ ଜଣ ପାଇଲେ ପଦକ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଓ ସାହସିକତା ଲାଗି  ୫୬ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଏସ୍.ସି. ଜମିର ଆଜି ଆରକ୍ଷୀ, ଅଗ୍ନିଶମ, ହୋମଗାର୍ଡ ଓ ଜେଲ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ସାହସିକତା ପାଇଁ ୧୭ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ୮ ଜଣ ଓ ବିଶିଷ୍ଟ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ୧୧ ଜଣ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେହିଭଳି ୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି।

ନର୍ଥ ସେଣ୍ଟ୍ରାଲ ଜୋନର ଡିଆଇଜି ଯତୀନ୍ଦ୍ର କୋୟଲ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ ସମ୍ବଲପୁର ଏସପି ସଞ୍ଜୀବ ଆରୋରା ପ୍ରମୁଖଙ୍କୁ ରାଜ୍ୟପାଳ ପଦକରେ ସମ୍ମାନିତ କରାଯାଇଛି। ସେହିଭଳି ପୋଲିସ ଟ୍ରେନିଂରେ ଉତ୍କର୍ଷତା ପାଇଁ ୩ ଜଣଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି।

ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ସ୍ୱାଧୀନତା ଦିବସରେ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ପାଇବାକୁ ଥିବା ରାଜ୍ୟର ୧୦ ଜଣ ପୋଲିସ କର୍ମଚାରୀଙ୍କ ନାଁ ଘୋଷଣା କରାଯାଇଛି।

Ordigital Desk
• Published: Friday, 26 January 2018
• Updated: 26 January 2018, 06:49 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos