ଧରାପୃଷ୍ଠରୁ ବିଦାୟ ନେବେ ମାଆ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍‌ ବ୍ୟବସ୍ଥା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବଗଡ଼ାରେ ସମୁଦାୟ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ବୁଧବାର ସକାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜା କମିଟି ସଦସ୍ୟମାନେ ପଟୁଆରରେ […]

maa-take-rest

maa-take-rest

Manoranjan Sial
  • Published: Tuesday, 08 October 2019
  • Updated: 08 October 2019, 07:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍‌ ବ୍ୟବସ୍ଥା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଦେବଗଡ଼ାରେ ସମୁଦାୟ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ବୁଧବାର ସକାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜା କମିଟି ସଦସ୍ୟମାନେ ପଟୁଆରରେ ମାଆଙ୍କୁ ସାହି ପରିକ୍ରମା କରାଇବେ।  ଏହାପରେ କଲେଜ ଛକ, ରାଣିହାଟ, ମଙ୍ଗଳାବାଗ, ବକ୍ସିବଜାର, ଦରଘାବଜାର  ଓ ଚୌଧୁରୀ ବଜାର ହୋଇ ଦେବିଗଡ଼ା ଯିବେ। ମୂର୍ତ୍ତି ବିସର୍ଜନ ପରେ ସିଏମ୍‌ସି ଦ୍ୱାରା ନିୟୋଜିତ ସ୍ୱତନ୍ତ୍ର ଟିମ୍‌ ପୋଖରୀ ସଫା କରିବେ।  ସେପଟେ ଭସାଣ ଉତ୍ସବ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏହାସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୁଲିସ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମେଢ ଯିବା ରାସ୍ତାରେ ସିସିଟିଭି କ୍ୟାମେରା ଲାଗିବ। ଭସାଣ ସମୟରେ ଡିଜେ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହିବେ। ସେମାନଙ୍କ ସହ ପ୍ରଦୂଷଣ ବୋର୍ଡର ଜଣେ ଅଧିକାରୀ ମଧ୍ୟ ରହିବେ।  ଭସାଣ ହେଉଥିବା ମୁଖ୍ୟରାସ୍ତାରେ ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ରହିବ। ଏହାସହ ଛିନ୍ତାଇ ଓ ନିଶାସକ୍ତଙ୍କ ଉପରେ କଡା ନଜର ରଖାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ତିନିଟି ସ୍ଥାନରେ ଭାସଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ ଏକାଠି ହେବେ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ସହିଦ ନଗର ପଡ଼ିଆ ଓ ଚନ୍ଦ୍ରଶେଖରପୁର ଆର୍‌ଟିଓ ପଡ଼ିଆରେ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ। ଧାଡ଼ି ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos