କଟକ ସହରରୁ ୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌   

କଟକ(ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା ୫୯ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରୁ ଅଛନ୍ତି ୫୫ ଜଣ। ସେମାନଙ୍କ ଭିତରୁ ୫୩ ଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ ଥିବା ବେଳେ ଆଉ ଜଣେ ମେଡିକାଲ୍‌ କର୍ମଚାରୀ ଅଛନ୍ତି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ ଲିଙ୍କରେ ଶଙ୍କରପୁର ଅଞ୍ଚଳରେ ଜଣେ ୩୬ ବର୍ଷୀୟ ପୁରୁଷ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି […]

corona-in-odisha

Manoranjan Sial
  • Published: Friday, 03 July 2020
  • , Updated: 03 July 2020, 04:17 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା ୫୯ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରୁ ଅଛନ୍ତି ୫୫ ଜଣ। ସେମାନଙ୍କ ଭିତରୁ ୫୩ ଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ ଥିବା ବେଳେ ଆଉ ଜଣେ ମେଡିକାଲ୍‌ କର୍ମଚାରୀ ଅଛନ୍ତି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ ଲିଙ୍କରେ ଶଙ୍କରପୁର ଅଞ୍ଚଳରେ ଜଣେ ୩୬ ବର୍ଷୀୟ ପୁରୁଷ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

https://twitter.com/CMCCuttack/status/1278978596254564354?s=20

ଆଜି ସିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫୯ ‘କରୋନା’ ଆକ୍ରାନ୍ତଙ୍କ ଭିତରେ ୨ ଜଣ ଏସ୍‌ସିବି ମେଡିକାଲ୍‌ର କର୍ମଚାରୀ ଅଛନ୍ତି। ଅନ୍ୟ ଜଣେ ତଳ ତେଲଙ୍ଗାନଗର ଅଞ୍ଚଳର ୨୭ ବର୍ଷୀୟ ମହିଳା ହୋମ୍‌କ୍ୱାରେଣ୍ଟାଇନ୍‌ରେ ଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେହିପରି ଅନ୍ୟ ଜଣେ ଲୋକାଲ୍‌ କେସ୍‌ ନିମ୍‌ଚୌର ଚାନ୍ଦିନୀଚୌକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଜରେ ୩୦ ବର୍ଷୀୟ ମହିଳା। ସମ୍ପୃକ୍ତ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ସିଏମ୍‌ସି ଆଜି ସ୍ପଷ୍ଟ କରିଛି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୧୦୫ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୮୧ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story