ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୬ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୫ କରୋନା ଆକ୍ରାନ୍ତ ଓ ଖୋର୍ଦ୍ଧାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
Regret to inform the demise of Six Covid positive patients while under treatment in hospitals.
1. A 41-year old male of Ganjam district who was also suffering from Hypertension
2. An 86-year old female of Khordha district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 23, 2020
3. A 63-year old male of Ganjam district who was also suffering from Hypertension.
4. A 51-year old female of Ganjam district who was also suffering from Diabetes and Diabetic Ketoacidosis.
5. A 69-year old male of Ganjam district.
— H & FW Dept Odisha (@HFWOdisha) July 23, 2020
6. A 57-year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 23, 2020
ମୃତକଙ୍କ ମଧ୍ୟରେ ୨ ମହିଳା ଓ ୪ ପୁରୁଷ ଅଛନ୍ତି। ମୃତା ମହିଳାଦ୍ୱୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ।
ଗଞ୍ଜାମରେ କରୋନାରେ ଆଖି ବୁଜିଥିବା ୪ ପୁରୁଷଙ୍କ ବୟସ ୬୯, ୬୩, ୪୧, ୫୭ ହୋଇଥିବା ବେଳେ ମହିଳାଙ୍କ ବୟସ ୫୧ ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୪୧, ୬୩ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ମହିଳାଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ।
ଏହାବ୍ୟତୀତ ଖୋର୍ଦ୍ଧାର ୮୬ ବର୍ଷୀୟା ବୃଦ୍ଧା କରୋନାରେ ଆଖି ବୁଜିଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।