ଧକ୍କା ଦେଇ ଛଡ଼ାଇ ନେଲେ ୬ ଲକ୍ଷ ଟଙ୍କା

କଳାହାଣ୍ଡି(ରାଜକୁମାର ସିଂହଦେଓ): ବାଇକ୍‌ରେ ପଛରୁ ଆସିଲେ। ଆଗ ବାଇକ୍‌କୁ ଧକ୍କା ଦେଲେ। ଆଗ ବାଇକ୍‌ର ଚାଳକ ରାସ୍ତା ଉପରେ ଚିତପଟାଙ୍ଗ ମାରିପଡ଼ିଲେ। ରାସ୍ତାରେ ପଡ଼ି ତାଙ୍କ ମୁଣ୍ଡରୁ ଝରଝର ହୋଇ ରକ୍ତ ବୋହି ଚାଲିଥିଲା। ହେଲେ ପଛରୁ ଧକ୍କା ଦେଇଥିବା ନିର୍ଦ୍ଦୟୀ ବାଇକ୍‌ ଆରୋହୀ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଓହ୍ଲାଇ ପଡ଼ି ଚିତ୍‌ପଟାଙ୍ଗ ମାରି ପଡ଼ିଥିବା ଲୋକଙ୍କ ହାତରୁ ୬ ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇଥିଲେ। ପରେ ଦୁଇ ଦୁର୍ବୃତ୍ତ ବାଇକ୍ ଧରି […]

bike-accident

  • Published: Monday, 27 June 2022
  • , Updated: 27 June 2022, 04:13 PM IST

କଳାହାଣ୍ଡି(ରାଜକୁମାର ସିଂହଦେଓ): ବାଇକ୍‌ରେ ପଛରୁ ଆସିଲେ। ଆଗ ବାଇକ୍‌କୁ ଧକ୍କା ଦେଲେ। ଆଗ ବାଇକ୍‌ର ଚାଳକ ରାସ୍ତା ଉପରେ ଚିତପଟାଙ୍ଗ ମାରିପଡ଼ିଲେ। ରାସ୍ତାରେ ପଡ଼ି ତାଙ୍କ ମୁଣ୍ଡରୁ ଝରଝର ହୋଇ ରକ୍ତ ବୋହି ଚାଲିଥିଲା। ହେଲେ ପଛରୁ ଧକ୍କା ଦେଇଥିବା ନିର୍ଦ୍ଦୟୀ ବାଇକ୍‌ ଆରୋହୀ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଓହ୍ଲାଇ ପଡ଼ି ଚିତ୍‌ପଟାଙ୍ଗ ମାରି ପଡ଼ିଥିବା ଲୋକଙ୍କ ହାତରୁ ୬ ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇଥିଲେ। ପରେ ଦୁଇ ଦୁର୍ବୃତ୍ତ ବାଇକ୍ ଧରି ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ହୋଇଥିବା ଏହି ଲୁଟ୍ କଳାହାଣ୍ଡି ଜିଲ୍ଲାର ମଦନପୁର ଅନ୍ତର୍ଗତ ରାମପୁର ଅଞ୍ଚଳରେ ଘଟିଛି। ଆଜି ଦିନ ଦ୍ୱିପ୍ରହରରେ ଘଟିଥିବା ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ ଗୋପାଳପୁର ଗ୍ରାମର ଭୂପିନ୍ଦର ରଣା।

ସେ ଏନେଇ ସେ ଜଣାଇବା ପରେ ପୁଲିସ ଲୁଟେରାଙ୍କୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରିଛି। ଶ୍ରୀ ରଣା କହିଛନ୍ତି, ଆଜି ଦିନ ପ୍ରାୟ ୧୨.୩୦ରେ ସେ ମଦନପୁର ଅନ୍ତର୍ଗତ ରାମପୁର ସ୍ଥିତ ଏସ୍‌ବିଆଇ ବ୍ୟାଙ୍କରୁ ୬ ଲକ୍ଷ ଉଠାଇଥିଲେ। ଏହି ଟଙ୍କା ଧରି ସେ ବାଇକରେ ନିଜ ଗାଁ ଗୋପାଳପୁରକୁ ଆସୁଥିଲେ। ତାଙ୍କ ଅଜଣାତରେ ଲୁଟେରାମାନେ ପିଛା କରି ଏମ୍.ରାମପୁର ଅନ୍ତର୍ଗତ ମଦନପୁର ରାସ୍ତାରେ ତାଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲେ। ସେ ଆହତ ଅବସ୍ଥାରେ ରାସ୍ତା ପଡ଼ି ଚିତ୍କାର କରୁଥିବା ବେଳେ ଲୁଟେରାମାନେ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ।

ଖବର ପାଇ ପୁଲିସ ପହଞ୍ଚିବା ପରେ ଆହତ ଶ୍ରୀ ରଣାଙ୍କୁ ଏମ୍.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏମ୍.ରାମପୁର ଥାନା ପୁଲିସ ଅଭିଯୋଗକୁ ଆଧାର କରି ସ୍ଥାନୀୟ ସମସ୍ତ ରାସ୍ତାକୁ ସିଲ୍ କରି ଲୁଟେରାକୁ ଧରିବାକୁ ପ୍ରୟାସ କରୁଛି। ତେବେ ଏମ୍.ରାମପୁର ଅଂଚଳରେ ବାଇକ୍ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ଲୋକ ଅସନ୍ତୋଷର କାରଣ ହୋଇଛି।

Related story