କାଛୁ କୁଣ୍ଡିଆ ହେଲା ବୋଲି ସ୍କୁଲରୁ ୬ ଆଦିବାସୀ ଛାତ୍ରଙ୍କୁ ତଡ଼ିଦେଲେ

ଯାଜପୁର(ସଞ୍ଜିବ ନାୟକ): କାଛୁ କୁଣ୍ଡିଆ ହେଲା ବୋଲି ୬ ଆଦିବାସୀ ଛାତ୍ରଙ୍କୁ ସ୍କୁଲ ଓ ହଷ୍ଟେଲରୁ ତଡ଼ିଦେଲେ ଶିକ୍ଷକ ଓ ହଷ୍ଟେଲ କର୍ତ୍ତୃପକ୍ଷ। ଏହି ଛାତ୍ରମାନେ ସ୍କୁଲ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନାର ଶିକାର ହୋଇ ଅସହାୟ ଅବସ୍ଥାରେ ଚାଲିଚାଲି ଆସୁଥିବା ବେଳେ ଚାଇଲ୍ଡ ଲାଇନ୍ ଦ୍ୱାରା ଉଦ୍ଧାର ହୋଇଛନ୍ତି। ସ୍କୁଲ ଠାରୁ ପ୍ରାୟ ୩ କିଲୋମିଟର ଚାଲିଚାଲି ଆସିବା ପରେ କିଛି ବ୍ୟକ୍ତି ସନ୍ଦେହ କରି ଛାତ୍ରମାନଙ୍କୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଆଜି […]

student

  • Published: Sunday, 03 July 2022
  • , Updated: 03 July 2022, 03:02 PM IST

ଯାଜପୁର(ସଞ୍ଜିବ ନାୟକ): କାଛୁ କୁଣ୍ଡିଆ ହେଲା ବୋଲି ୬ ଆଦିବାସୀ ଛାତ୍ରଙ୍କୁ ସ୍କୁଲ ଓ ହଷ୍ଟେଲରୁ ତଡ଼ିଦେଲେ ଶିକ୍ଷକ ଓ ହଷ୍ଟେଲ କର୍ତ୍ତୃପକ୍ଷ। ଏହି ଛାତ୍ରମାନେ ସ୍କୁଲ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନାର ଶିକାର ହୋଇ ଅସହାୟ ଅବସ୍ଥାରେ ଚାଲିଚାଲି ଆସୁଥିବା ବେଳେ ଚାଇଲ୍ଡ ଲାଇନ୍ ଦ୍ୱାରା ଉଦ୍ଧାର ହୋଇଛନ୍ତି। ସ୍କୁଲ ଠାରୁ ପ୍ରାୟ ୩ କିଲୋମିଟର ଚାଲିଚାଲି ଆସିବା ପରେ କିଛି ବ୍ୟକ୍ତି ସନ୍ଦେହ କରି ଛାତ୍ରମାନଙ୍କୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଆଜି ଯାଜପୁର ଦଶରଥପୁର ଚିତାଳେ ରକ୍ଷାକାଳି ସଂସ୍କୃତ ବିଦ୍ୟାଳୟ ଓ ହଷ୍ଟେଲରେ ଏଭଳି ଘଟଣା ଘଟିଛି। ସମସ୍ତ ଛାତ୍ର କେଉଁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମର।

ଅଭିଯୋଗ ମୁତାବକ, ଏହି ଛାତ୍ରମାନଙ୍କୁ କାଛୁ କୁଣ୍ଡିଆ ହୋଇଥିଲା। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରି ଭଲ କରିବା ଦାୟିତ୍ୱ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ନେବା କଥା। ହେଲେ ରୋଗକୁ ଘୃଣା କରି ଏହି ଆଦିବାସୀ ଛାତ୍ରଙ୍କୁ ହଷ୍ଟେଲ ଓ ସ୍କୁଲ ଛାଡ଼ି ଘରକୁ ପଳାଇବାକୁ ଶିକ୍ଷକ ଓ ହଷ୍ଟେଲ କର୍ତ୍ତୃପକ୍ଷ କହିଥିଲେ। ରୋଗ ସମ୍ପୂର୍ଣ୍ଣ ଭଲ ହେବା ପରେ ପୁନଶ୍ଚ ହଷ୍ଟେଲ ମାଟି ମାଡ଼ିବାକୁ ଚେତାବନୀ ଦେଇଥିଲେ। କୋମଳମତି ଓ ନିରୀହ ଆଦିବାସୀ ଛାତ୍ରମାନେ ଚେତାବନୀକୁ ଡରି ବାଧ୍ୟବାଧକତା ଭିତରେ ହଷ୍ଟେଲ ଛାଡ଼ିଥିଲେ।

ଏହି ଛାତ୍ରମାନେ ଆଜି ସକାଳୁ ବହି ବସ୍ତାନି ଧରି ୩ କିମି ଚାଲି ଚାଲି ଆସି ନିକଟସ୍ଥ ବିରଜା ମନ୍ଦିର ପାଖରେ ପହଞ୍ଚି ଥକା ମାରୁଥିବା ବେଳେ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଘଟଣା ସମ୍ପର୍କରେ ପଚାରିଥିଲେ। ଫଳରେ ଅସଲ କଥା ସାମ୍ନାକୁ ଆସିଥିଲା।

ଛାତ୍ରମାନେ ଚିନ୍ତାରେ ଥିବା ଓ ସେମାନଙ୍କ ଉପରେ ନିର୍ଯାତନା ହୋଇଥିବା ଜାଣିବା ପରେ ଏହି ବ୍ୟକ୍ତିମାନେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିଲା। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି କାଛୁ କୁଣ୍ଡିଆ ଡିଆଁ ରୋଗ ହୋଇଥିବାରୁ ସେମାନଙ୍କୁ ତାଙ୍କ  ପରିବାର ସହ ଆଲୋଚନା କରି ଘରକୁ ଚାଲିଯିବା ନିମନ୍ତେ କୁହାଯାଇଥିଲା ।

Related story