ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୬୦ରୁ ଅଧିକ ଛେଳି

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। କିଡିଗାଁର ରାମନାଥ ଓ ବି. କ୍ରୀଷ୍ଣା ୧୦୦ରୁ ଅଧିକ ଛେଳି ରାତିରେ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳେ ଦେଖିଲା ବେଳକୁ ୬୦ରୁ ଅଧିକ ଛେଳି ମରି ପଡ଼ିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। […]

goat

  • Published: Friday, 04 November 2022
  • , Updated: 04 November 2022, 12:36 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି।

କିଡିଗାଁର ରାମନାଥ ଓ ବି. କ୍ରୀଷ୍ଣା ୧୦୦ରୁ ଅଧିକ ଛେଳି ରାତିରେ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳେ ଦେଖିଲା ବେଳକୁ ୬୦ରୁ ଅଧିକ ଛେଳି ମରି ପଡ଼ିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। କେତେକ ଛେଳିର ବେକରା କାମୁଡ଼ା ଦାଗ ଥିବାବେଳେ ଆଉ କେତୋଟି ଛେଳିଙ୍କର ପିଠି ଓ ପେଟରେ କାମୁଡ଼ା ଦାଗ ରହିଛି।  ରାତିରେ କେଉଁ ଅଜଣା ଜନ୍ତୁ ଗୁହାଳରେ ପଶି ଏହି ଛେଳି ଗୁଡ଼ିକୁ କାମୁଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ,ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରାଣୀଧନ ବିଭାଗକୁ ଖବର ଦିଆଯାଇଥିବା ଜଣାଯାଇଛି। ଗୋଟିଏ ରାତିରେ ଏତେ ଛେଳିଙ୍କର ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।

Related story