ଆୟୁଷ୍ମାନ ଭାରତ ପାଇଁ ଓଡ଼ିଶାର ୬୧.୯୩ ଲକ୍ଷ ପରିବାର ଯୋଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଓଡ଼ିଶା ଗତ ୨ବର୍ଷ ତଳୁ ଏହି ଯୋଜନାରେ ଦୁଇଟି ଉପାଦାନ ମଧ୍ୟରୁ ଗୋଟିଏ ସାମିଲ ହୋଇସାରିଛି। ଏଥିପାଇଁ ଗତ ଆର୍ଥିକ ବର୍ଷରେ ଓଡ଼ିଶାକୁ ଏହି ଯୋଜନାରେ ୪୮.୩୪ କୋଟି ଟଙ୍କା ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ୬୫.୨୨ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଆୟୁଷ୍ମାନ ଯୋଜନାର ଅନ୍ୟ ଏକ ଉପାଦାନ ପାଇଁ ମଧ୍ୟ ଓଡ଼ିଶାର ମୋଟ […]

61.93-lakh-odia-family-eligible-included-in-ayushman-yojana

Manoranjan Sial
  • Published: Friday, 29 November 2019
  • Updated: 29 November 2019, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଓଡ଼ିଶା ଗତ ୨ବର୍ଷ ତଳୁ ଏହି ଯୋଜନାରେ ଦୁଇଟି ଉପାଦାନ ମଧ୍ୟରୁ ଗୋଟିଏ ସାମିଲ ହୋଇସାରିଛି। ଏଥିପାଇଁ ଗତ ଆର୍ଥିକ ବର୍ଷରେ ଓଡ଼ିଶାକୁ ଏହି ଯୋଜନାରେ ୪୮.୩୪ କୋଟି ଟଙ୍କା ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷ ପାଇଁ ୬୫.୨୨ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଆୟୁଷ୍ମାନ ଯୋଜନାର ଅନ୍ୟ ଏକ ଉପାଦାନ ପାଇଁ ମଧ୍ୟ ଓଡ଼ିଶାର ମୋଟ ୬୧.୯୩ଲକ୍ଷ ପରିବାର ଯୋଗ୍ୟ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଆୟୁଷ୍ମାନ ଭାରତ ଯୋଜନାର ଦୁଇଟି ଉପାଦାନ ରହିଛି। ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ- ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ଏବି-ଏଚଡବ୍ଲ୍ୟୁସି) ଏବଂ ଅନ୍ୟଟି ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜିଏୱାଇ)। ଆୟୁଷ୍ମାନ ଭାରତ-ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ଏବି-ଏଚଡବ୍ଲ୍ୟୁସି)ରେ ସମସ୍ତଙ୍କ ପାଇଁ ମାଗଣା ସେବା ପ୍ରଦାନ କରାଯାଉଥିବାବେଳେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ଗରିବ ହିତାଧିକାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଆଜି ଲୋକସଭାରେ ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ସାମାଜିକ-ଅର୍ଥନୀତିକ ଜାତି ଜନଗଣନା (ଏସଇସିସି) ତଥ୍ୟ ଅନୁସାରେ ଓଡ଼ିଶାର ମୋଟ ୬୧.୯୩ଲକ୍ଷ ପରିବାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ହିତାଧିକାରୀ। ତେବେ ଏହି ସୁବିଧା ରାଜ୍ୟବାସୀଙ୍କୁ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ ପଡ଼ିବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ବୁଝାମଣା ପତ୍ର ସ୍ୱାକ୍ଷର କରିନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି।

ସେହିପରି ଅନ୍ୟ ଆଜି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ, ରାଜ୍ୟ ସରକାରମାନଙ୍କ ପ୍ରସ୍ତାବ ଆଧାରରେ ଆୟୁଷ୍ମାନ ଭାରତ- ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ଏବି-ଏଚଡବ୍ଲ୍ୟୁସି) କାର୍ଯ୍ୟକାରୀ କରାଯାଉଛି। କେବଳ ଦିଲ୍ଲୀ ସରକାର ଏହି ଯୋଜନାରେ ସାମିଲ ହୋଇନାହାନ୍ତି। ଓଡ଼ିଶା ସରକାରଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନାରେ ୪୮.୩୪ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୧୯-୨୦ରେ ୬୫.୨୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଚଳିତମାସ ୨୫ତାରିଖରେ ଦେଇଥିବା ତଥ୍ୟ ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା ଓ ଓଡ଼ିଶା ଚିକିତ୍ସା ପାଣ୍ଠିର ସମସ୍ତ ହିତାଧିକାରୀଙ୍କୁ ମିଶାଇ ମୋଟ ୭୦ଲକ୍ଷରୁ ଅଧିକ ପରିବାରକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ସାମିଲ କରାଯାଇଛି।
ରାଜ୍ୟ ସରକାର ଗୋଟିଏପଟେ ଆୟୁଷ୍ମାନ ଭାରତ ଯୋଜନାର ଗୋଟିଏ କାର୍ଯ୍ୟକ୍ରମକୁ ଓଡ଼ିଶାରେ ଲାଗୁ କରି ଗରିବ ହିତାଧିକାରୀଙ୍କୁ ଦେଶବ୍ୟାପୀ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପଛଘୁଞ୍ଚା ଦେଉଥିବାବେଳେ ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାର ଅନ୍ୟ ଏକ କାର୍ଯ୍ୟକ୍ରମକୁ ଗତ ଦୁଇବର୍ଷ ଧରି ଲାଗୁ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଦୋମୁହାଁ ନୀତିକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story