କରୋନା ରାଜ୍ୟର ୪୨୨୭୪ଜଣ ପିଲାଙ୍କୁ ଅନାଥ କରିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ରାଜ୍ୟର ୪୨୨୭୪ ଜଣ ଶିଶୁ ଅନାଥ ହୋଇଛନ୍ତି । ୯୮୮ଜଣ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇଥିବାବେଳେ ୪୨୨୭୪ଜଣ ଶିଶୁ ନିଜ ପରିବାରର ରୋଜଗାରକ୍ଷମ ଅଭିଭାବକ(ପିତା କିମ୍ବା ମାତା)ଙ୍କୁ ହରାଇଛନ୍ତି । ୨୦୨୦ ଏପ୍ରିଲ ୧ରୁ ୨୦୨୧ ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ଏହି ଶିଶୁମାନେ ନିଜର ପିତାମାତା ଅବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଛନ୍ତି । ଆର୍ଶୀବାଦ ଯୋଜନାରେ ରାଜ୍ୟ ସରକାର ଏହି ଶିଶୁମାନଙ୍କୁ ଆର୍ଥିକ ସହାୟତା […]

child

Ordigital Desk
  • Published: Wednesday, 20 July 2022
  • , Updated: 21 July 2022, 03:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ରାଜ୍ୟର ୪୨୨୭୪ ଜଣ ଶିଶୁ ଅନାଥ ହୋଇଛନ୍ତି । ୯୮୮ଜଣ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇଥିବାବେଳେ ୪୨୨୭୪ଜଣ ଶିଶୁ ନିଜ ପରିବାରର ରୋଜଗାରକ୍ଷମ ଅଭିଭାବକ(ପିତା କିମ୍ବା ମାତା)ଙ୍କୁ ହରାଇଛନ୍ତି । ୨୦୨୦ ଏପ୍ରିଲ ୧ରୁ ୨୦୨୧ ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ଏହି ଶିଶୁମାନେ ନିଜର ପିତାମାତା ଅବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଛନ୍ତି । ଆର୍ଶୀବାଦ ଯୋଜନାରେ ରାଜ୍ୟ ସରକାର ଏହି ଶିଶୁମାନଙ୍କୁ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଯତ୍ନ ଓ ସୁରକ୍ଷାର ବନ୍ଦୋବସ୍ତ କରିଛନ୍ତି ।

ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୧ ମସିହା ଜନଗଣନା ଅନୁସାରେ ରାଜ୍ୟରେ ୯୨୦୮୭ଜଣ ଶିଶୁ ବିଭିନ୍ନ କାମ କରୁଛନ୍ତି । ଶିଶୁ ଶ୍ରମିକ ନିଷେଧ ନିମନ୍ତେ ରାଜ୍ୟ ସରକାର ଅନ୍ୟ ବିଭାଗର ସମନ୍ୱୟରେ କାର୍ଯ୍ୟ କରୁଛନ୍ତି । ତେବେ କରୋନା ସମୟରେ ଗରିବ ଓ ଶ୍ରମିକ ଶ୍ରେଣୀର ପରିବାରରେ ପିତାମାତାଙ୍କ ମୃତ୍ୟୁ ଯୋଗୁ ଅନାଥ ହୋଇଥିବା ଶିଶୁମାନେ ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ସମ୍ପର୍କିତ ତଥ୍ୟ ଏହି ବିଭାଗରେ ଉପଲବ୍ଧ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହଥିଲେ ମଧ୍ୟ କରୋନା ଯୋଗୁ ୨୦୨୦ ଏପ୍ରିଲ ୧ରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ନିଜର ପିତାମାତାଙ୍କୁ ହରାଇଥିବା ୯୮୮ଜଣ ଶିଶୁ ଓ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨୨୭୪ଜଣ ଶିଶୁଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଯତ୍ନଗ୍ରାହୀ ଶିଶୁ ଭାବେ ବିବେଚନା କରି ସେମାନଙ୍କର ଯତ୍ନ ଓ ଥଇଥାନ ପାଇଁ ‘ଆଶୀର୍ବାଦ’ ଯୋଜନାରେ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଯତ୍ନ ଓ ସୁରକ୍ଷାର ବନ୍ଦୋବସ୍ତ କରିଛନ୍ତି ।

ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ, ୧୦୯୮ ଚାଇଲଡ ଲାଇନ୍‌, ସ୍ୱତନ୍ତ୍ର ପୁଲିସ ୟୁନିଟ୍‌, ଜିଲ୍ଲା-ବ୍ଲକ-ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଜରିଆରେ ଏପରି ଶିଶୁର ଯଥାଶୀଘ୍ର ଚିହ୍ନଟ ଓ ଯତ୍ନ ସୁରକ୍ଷା ବନ୍ଦୋବସ୍ତର ବ୍ୟବସ୍ଥା ଥିବାରୁ ପିତାମାତାଙ୍କୁ ହରାଇଥିବା ଶିଶୁଟିଏ ଅସୁରକ୍ଷିତ ହେବାରୁ ରକ୍ଷା କରାଯାଇ ପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । କରୋନା ପ୍ରଭାବିତ ଅନାଥ କିମ୍ବା ଜଣେ ରୋଜଗାରକ୍ଷମ ମୁରବୀ(ପିତା କିମ୍ବା ମାତା) ମୃତ୍ୟୁବରଣ କରିଥିଲେ ନୂଆ ଯୋଜନା ‘ଗ୍ରୀନ ପ୍ୟାସେଜ’ ଅନ୍ତର୍ଗତ ସେହି ପିଲାମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଦେବାର ପ୍ରାବଧାନ ରହିଛି ।

Related story