ଷଷ୍ଠ ଦିନରେ ଆଜାଦଙ୍କ ଅନଶନ

ଭୁବନେଶ୍ୱର: ୫ ଦଫା ଦାବିରେ ଝାରପଡ଼ା ଜେଲରେ ମାଓ ନେତା ଆଜାଦଙ୍କର ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ତାଙ୍କ ସହିତ ୭ ଜଣ ମାଓବାଦୀ ଅନଶନରେ ବସିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ୬ ଦିନ ଧରି ଅନଶନରେ ବସିଥିବା ଯୋଗୁଁ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେଉଥିବା ଜଣାପଡ଼ିଛି। ଆଜାଦଙ୍କୁ ଭେଟିବାକୁ ଆଜି ତାଙ୍କ ମା’ ଆସିଛନ୍ତି। ତାଙ୍କ ସହିତ ଆଜାଦଙ୍କ ଓକିଲ ଓ ଅନ୍ୟ ସଂପର୍କୀୟ ମଧ୍ୟ ଜେଲ୍‌କୁ ଆସିଛନ୍ତି। ଆଜାଦଙ୍କ […]

ajad

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 09:49 AM IST

ଭୁବନେଶ୍ୱର: ୫ ଦଫା ଦାବିରେ ଝାରପଡ଼ା ଜେଲରେ ମାଓ ନେତା ଆଜାଦଙ୍କର ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ତାଙ୍କ ସହିତ ୭ ଜଣ ମାଓବାଦୀ ଅନଶନରେ ବସିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ୬ ଦିନ ଧରି ଅନଶନରେ ବସିଥିବା ଯୋଗୁଁ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେଉଥିବା ଜଣାପଡ଼ିଛି।

ଆଜାଦଙ୍କୁ ଭେଟିବାକୁ ଆଜି ତାଙ୍କ ମା’ ଆସିଛନ୍ତି। ତାଙ୍କ ସହିତ ଆଜାଦଙ୍କ ଓକିଲ ଓ ଅନ୍ୟ ସଂପର୍କୀୟ ମଧ୍ୟ ଜେଲ୍‌କୁ ଆସିଛନ୍ତି। ଆଜାଦଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ତ୍ୱରାନ୍ୱିତ କରିବାକୁ ତାଙ୍କ ଓକିଲ ଦାବି କରିଛନ୍ତି।

ଗତକାଲି ଆଜାଦ୍‌ଙ୍କୁ ଜେଲ୍‌ ଏଡିଜି ଅରୁଣ ରାଏ ଭେଟିଥିଲେ। ତାଙ୍କ ଅନଶନ ଘଟଣାର ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମାନବାଧିକାର କମିଶନ ଜେଲ୍‌ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ସପ୍ତାହକ ମଧ୍ୟରେ ଅନଶନରତ ମାଓବାଦୀଙ୍କ ଦାବି ଉପରେ ବିଚାର କରି ରିପୋର୍ଟ ଦାଖଲ କରିବାକୁ ଶନିବାର  ରାଜ୍ୟ ମାନବାଧିକାର କମିଶନ୍, ଗୃହ ବିଭାଗର ପ୍ରମୁଖ ସଚିବ, ପୋଲିସ୍‌ ମହାନିର୍ଦ୍ଦେଶକ ଓ ଜେଲ୍‌ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related story