କ୍ୱାରେଣ୍ଟାଇନ ସେଣ୍ଟରରେ ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣଜନିତ ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରହିବା ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କ୍ୱାରେଣ୍ଟାଇନ ସେଂଟରରେ ରହିବା ପାଇଁ ସରକାର ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ । ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଆଜି ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ […]

Covid

Ordigital Desk
  • Published: Tuesday, 19 July 2022
  • , Updated: 19 July 2022, 10:40 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣଜନିତ ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରହିବା ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କ୍ୱାରେଣ୍ଟାଇନ ସେଂଟରରେ ରହିବା ପାଇଁ ସରକାର ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ ।
ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଆଜି ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୨୦୨୦ ମେ’ ୨୦ରୁ ୨୦୨୦ ଅକ୍ଟୋବର ୨୫ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଂଟରରେ ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କେବଳ ନୂଆପଡ଼ା ଜିଲ୍ଲାରେ ଖୁଦପେଜ ମାଣ୍ଡୋସିଲ୍ କ୍ୱାରେଣ୍ଟାଇନ ସେଂଟରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ ଓ ମାଣ୍ଡୋସିଲ୍ କ୍ୱାରେଣ୍ଟାଇନ ସେଂଟରରେ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ସେହି ସମୟରେ ଉକ୍ତ ଦୁଇଜଣ ବ୍ୟକ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିଲେ । ଉଭୟଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨ଲକ୍ଷ ୮ହଜାର ୮୯୧ଜଣ ପ୍ରବାସୀ ଓଡ଼ିଆ ଏହି ଅବଧିରେ ନିଜ ଅଂଚଳରେ ଥିବା କ୍ୱାରେଣ୍ଟାଇନ ସେଂଟରରେ ରହିଥିଲେ ଓ ସେମାନଙ୍କୁ ୪୧କୋଟି ୭୭ଲକ୍ଷ ୮୨ହଜାର ଟଙ୍କା ସହାୟତା ଦିଆଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲାରେ ୮୪୩୯୦ଜଣଙ୍କୁ ୧୬.୮୭କୋଟି ଟଙ୍କା, ବାଲେଶ୍ୱର ଜିଲ୍ଲାର ୪୯୦୩୬ଜଣଙ୍କୁ ୯.୮୦କୋଟି ଟଙ୍କା, ନୂଆପଡ଼ା ଜିଲ୍ଲାର ୫୦୧୪୩ଜଣଙ୍କୁ ୧୦.୦୨ାକୋଟି ଟଙ୍କା, ଖୋର୍ଦ୍ଧା ଜିଲ୍ଲାର ୧୩୧୭୬ଜଣଙ୍କୁ ୨.୬୩କୋଟି ଟଙ୍କା, କେନ୍ଦ୍ରାପଡ଼ା ଜିଲ୍ଲାର ୩୪୬୨୦ଜଣଙ୍କୁ ୬.୯୨କୋଟି ଟଙ୍କା ସହାୟତା ଦିଆଯାଇଛି । ସବୁଠୁ କମ୍ ଦେବଗଡ଼ ଜିଲ୍ଲାର ୨୭୫୪ଜଣଙ୍କୁ ୫୫.୦୮ଲକ୍ଷ ଟଙ୍କା, ବୌଦ୍ଧ ଜିଲ୍ଲାର ୩୯୮୯ଜଣଙ୍କୁ ୭୯.୭୮ଲକ୍ଷ ଟଙ୍କା, ସମ୍ବଲପୁର ଜିଲ୍ଲାର ୪୨୩୬ଜଣଙ୍କୁ ୮୪.୭୨ଲକ୍ଷ ଟଙ୍କା ସହାୟତା ଦିଆଯାଇଛି ।

Related story