ଘାଟିରୁ ଓଲଟି ପଡ଼ିଲା ଅଟୋ, ୭ ଜଣ ବସିଥିଲେ

ତେଲକୋଇ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। କାଞ୍ଜିପାଣି ଘାଟିରେ ଏକ ଅଟୋ ଓଲଟି ପଡ଼ିଛି। ଘାଟିର ମହାଦେବ ମନ୍ଦିର ନିକଟରେ ଏ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ି ନାହିଁ। ଏନେଇ ଅଧିକ […]

kanjipani

Jitendra Garnayak
  • Published: Tuesday, 22 January 2019
  • , Updated: 22 January 2019, 12:51 PM IST

ତେଲକୋଇ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। କାଞ୍ଜିପାଣି ଘାଟିରେ ଏକ ଅଟୋ ଓଲଟି ପଡ଼ିଛି। ଘାଟିର ମହାଦେବ ମନ୍ଦିର ନିକଟରେ ଏ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏ ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ି ନାହିଁ। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ କନ୍ଧମାଳର ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ୪୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ବି ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Related story