ବଜ୍ରପାତରେ ଗଲା ୭ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରପାତ ଗଲା ୭ ଜୀବନ। ଏହାଛଡ଼ା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଅଭାବନୀୟ ଘଟଣା ଢେଙ୍କାନାଳ, ନବରଙ୍ଗପୁର, ଜଗତସିଂହପୁର, କଟକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ବଜ୍ରପାତରେ ଢେଙ୍କାନାଳ ଜିଲ୍ଲା ସଦରଥାନା ଅଞ୍ଚଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଦଣ୍ଡାରଗଡି ଗାଁର ରଞ୍ଜିତା ପ୍ରଧାନ ଓ ରାଇଡିହି ଗାଁର ନିର୍ମଳା ସାହୁ ଦାଣ୍ଡପିଣ୍ଡାରେ ବସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। ସେହିପରି ନବରଙ୍ଗପୁର […]

nabarangapur

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 06:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରପାତ ଗଲା ୭ ଜୀବନ। ଏହାଛଡ଼ା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଅଭାବନୀୟ ଘଟଣା ଢେଙ୍କାନାଳ, ନବରଙ୍ଗପୁର, ଜଗତସିଂହପୁର, କଟକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି।

ବଜ୍ରପାତରେ ଢେଙ୍କାନାଳ ଜିଲ୍ଲା ସଦରଥାନା ଅଞ୍ଚଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଦଣ୍ଡାରଗଡି ଗାଁର ରଞ୍ଜିତା ପ୍ରଧାନ ଓ ରାଇଡିହି ଗାଁର ନିର୍ମଳା ସାହୁ ଦାଣ୍ଡପିଣ୍ଡାରେ ବସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଛି।

ସେହିପରି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ସୁନାଡଙ୍ଗାରି ଗାଁର ନରସିଂହ ମାଝୀଙ୍କ ମୃତ୍ୟୁ ଘଟିଛି। ନରସିଂହ ସାଙ୍ଗମାନଙ୍କ ସହ ମିରିଗୁଡା ଗାଁକୁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ। ତେବେ ବର୍ଷା ହେବାରୁ ସେ ଘରକୁ ଫେରିଥିଲା। ରାସ୍ତାରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା।

ଝରିଗାଁ ବ୍ଲକର ସିରାଗୁଡା ଗାଁର ଗୁଣଧର ଯାନୀ ଓ ବିଭିଷେନ ଯାନୀ ଜଣେ ବ୍ୟକ୍ତିର ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦେଇ ଘରକୁ ଫେରୁଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ଦୁହେଁ ଅଚେତ ହୋଇ ପଡ଼ି ଯାଇଥିଲେ। ଗାଁ ଲୋକେ ଦୁହିଁଙ୍କୁ ଆମ୍ବୁଲାନ୍ସରେ ଉଦ୍ଧାର କରି ଉମରକୋଟ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ବଜ୍ରପାତରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର କାଠକଟା ବିର୍ସାମୁଣ୍ଡା ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ବାରଡ଼ାଙ୍ଗ ଗାଁରେ ଜଣେ, ଜଗତସିଂହପୁର ବାଲିକୁଦା ବରଗୁଡ଼ିପଡ଼ାରେ ଜଣେ ଓ କଟକ ଟାଙ୍ଗି ବ୍ଲକ ସଫା ପଞ୍ଚାୟତ ସୁଆରୀ ଗାଁରେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଗୋଟିଏ ଦିନରେ ବଜ୍ରପାତ ନେଇଛି ୭ ଜୀବନ। ଏହାଛଡ଼ା ୨ ଜଣ ଗୁରୁତର ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story