ଶବ୍ଦ ଉଚ୍ଚାରଣ ନକରିପାରିବାରୁ ଦିଦି ପିଟିଲେ, ହସପିଟାଲରେ ଭର୍ତ୍ତି ହେଲେ ୭ ଛାତ୍ରଛାତ୍ରୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଶିକ୍ଷୟିତ୍ରୀଙ୍କ ମାଡ଼ରେ ୭ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଉଚ୍ଚାରଣ ଠିକ୍ ଭାବେ କରି ନ ପାରିବାରୁ ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ୭ ଜଣ କୁନି କୁନି ଛାତ୍ର ଛାତ୍ରୀ । ଏଭଳି ଘଟଣା ଘଟିଛି ଆଦିବାସୀ ଅଧ୍ୟୁସିତ ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ଏସି ପ୍ରାଥମିକ ବିଦ୍ୟାଳୟରେ । ସହକାରୀ ଶିକ୍ଷୟିତ୍ରୀ ଜୟନ୍ତିମାଳା ଭତରା ତୃତୀୟ ଶ୍ରେଣୀର ଏହି ପିଲାଙ୍କୁ କଳାପଟାରେ କିଛି ଶବ୍ଦ ଲେଖିବାକୁ […]

g-98-

g-98-

Tapas Behera
  • Published: Saturday, 27 July 2019
  • Updated: 27 July 2019, 09:26 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଶିକ୍ଷୟିତ୍ରୀଙ୍କ ମାଡ଼ରେ ୭ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଉଚ୍ଚାରଣ ଠିକ୍ ଭାବେ କରି ନ ପାରିବାରୁ ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ୭ ଜଣ କୁନି କୁନି ଛାତ୍ର ଛାତ୍ରୀ । ଏଭଳି ଘଟଣା ଘଟିଛି ଆଦିବାସୀ ଅଧ୍ୟୁସିତ ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତୁମା ଏସି ପ୍ରାଥମିକ ବିଦ୍ୟାଳୟରେ । ସହକାରୀ ଶିକ୍ଷୟିତ୍ରୀ ଜୟନ୍ତିମାଳା ଭତରା ତୃତୀୟ ଶ୍ରେଣୀର ଏହି ପିଲାଙ୍କୁ କଳାପଟାରେ କିଛି ଶବ୍ଦ ଲେଖିବାକୁ କହିଥିଲେ।

କିନ୍ତୁ ଉଚ୍ଚାରଣ ଭୁଲ୍ କରିବାରୁ ଦିଦି ବିରକ୍ତ ହୋଇ ଏକ ବାଡ଼ିରେ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହି ୭ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୫ଜଣ ଅନ୍ତେବାସୀ ଏବଂ ଦୁଇ ଜଣ ଡେସ୍ କଲାର ହୋଇଥିବାବେଳେ ବାରମ୍ବାର ଏଭଳି ଦିଦି ପିଲାଙ୍କୁ ମାରୁଥିବା ପ୍ରକାଶ କରିଛନ୍ତି। ସେପଟେ ଆହତ ପିଲାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

ଶିକ୍ଷୟିତ୍ରୀଙ୍କ ଏଭଳି ନିର୍ଯ୍ୟାତନା ଠିକ୍ ନୁହେଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି।  ବ୍ଲକ୍ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ସହ ଘଟଣାର ସତ୍ୟାସତ୍ୟକୁ ନିଜେ ଦେଖି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos