ହାତୀ ଭାଙ୍ଗି ଦେଲେ ଘର, କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଥିବା ବରଘାଟ ଗାଁରେ ମାତିଛନ୍ତି ହାତୀ। ଗତକାଲି ବିଳମ୍ୱିତ ରାତିରେ ଆଠରୁ ଦଶଟି ହାତୀ ଗାଁରେ ପଶିଥିଲେ। ହାତୀମାନେ ଗାଁର ସୁରେନ୍ଦ୍ର ପାତ୍ରଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ତାଙ୍କ ୭ ବର୍ଷର ପୁଅର ମୃତ୍ୟୁ ଘଟିଛି। ସୁରେନ୍ଦ୍ରଙ୍କ ପରିବାର ଲୋକେ ଶୋଇଥିବା ବେଳେ ହାତୀ ତାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲା। କାନ୍ଥ ଭାଙ୍ଗି ତାଙ୍କ ପୁଅ ଉପରେ ପଡ଼ିଯାଇଥିଲା। ବନବିଭାଗ କର୍ମଚାରୀମାନେ ଖବର ପାଇବା ପରେ […]

death

Jyoshna Pradhan
  • Published: Saturday, 02 March 2019
  • , Updated: 02 March 2019, 09:57 AM IST

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଥିବା ବରଘାଟ ଗାଁରେ ମାତିଛନ୍ତି ହାତୀ। ଗତକାଲି ବିଳମ୍ୱିତ ରାତିରେ ଆଠରୁ ଦଶଟି ହାତୀ ଗାଁରେ ପଶିଥିଲେ। ହାତୀମାନେ ଗାଁର ସୁରେନ୍ଦ୍ର ପାତ୍ରଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ତାଙ୍କ ୭ ବର୍ଷର ପୁଅର ମୃତ୍ୟୁ ଘଟିଛି।

ସୁରେନ୍ଦ୍ରଙ୍କ ପରିବାର ଲୋକେ ଶୋଇଥିବା ବେଳେ ହାତୀ ତାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲା। କାନ୍ଥ ଭାଙ୍ଗି ତାଙ୍କ ପୁଅ ଉପରେ ପଡ଼ିଯାଇଥିଲା।

ବନବିଭାଗ କର୍ମଚାରୀମାନେ ଖବର ପାଇବା ପରେ ଗାଁକୁ ଆସିଥିଲେ ଓ ଗୁରୁତର ଅବସ୍ଥାରେ ପିଲାଟିକୁ ବଣାଇ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Related story