ବୁଲି ବୁଲି ମା’ର ପୋଷ୍ଟର ମାରୁଛି ପୁଅ, ହେଲେ କାହିଁକି ?

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ମେଡିକାଲ କଲୋନୀର ସବିତା ନାୟକ। ବୟସ  ୭୦ ଡେଇଁଲାଣି । ଗତ ମାସ ୮ ତାରିଖରେ କୁଆଡ଼େ ଗଲେ ଯେ, ଆଉ ଫେରିଲେନି। ପରିବାର ଲୋକେ ଭାବିଥିଲେ, ସେ ବାରିପଟେ ଥିବେ ବୋଲି । କିନ୍ତୁ ସେବେଠାରୁ ଆରମ୍ଭ ହୋଇଥିବା ଖୋଜାଖୋଜି ଆଜିଯାଏ ସରିନି। ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର ମାନସିକ ସ୍ଥିତି ଠିକ ନ ଥିଲା। ଏବେ ବିନା ଔଷଧରେ ସେ କେଉଁଠି ଥିବେ, କଣ ଖାଉଥିବେ, କଣ କରୁଥିବେ […]

nbv

Tapas Behera
  • Published: Monday, 11 January 2021
  • , Updated: 11 January 2021, 07:02 PM IST

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ମେଡିକାଲ କଲୋନୀର ସବିତା ନାୟକ। ବୟସ  ୭୦ ଡେଇଁଲାଣି । ଗତ ମାସ ୮ ତାରିଖରେ କୁଆଡ଼େ ଗଲେ ଯେ, ଆଉ ଫେରିଲେନି। ପରିବାର ଲୋକେ ଭାବିଥିଲେ, ସେ ବାରିପଟେ ଥିବେ ବୋଲି । କିନ୍ତୁ ସେବେଠାରୁ ଆରମ୍ଭ ହୋଇଥିବା ଖୋଜାଖୋଜି ଆଜିଯାଏ ସରିନି। ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର ମାନସିକ ସ୍ଥିତି ଠିକ ନ ଥିଲା। ଏବେ ବିନା ଔଷଧରେ ସେ କେଉଁଠି ଥିବେ, କଣ ଖାଉଥିବେ, କଣ କରୁଥିବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କେମିତି ଥିବ, ସେଇ ଚିନ୍ତାରେ ପୁରା ପରିବାର। ସବିତାଙ୍କ ଫଟୋ ଦେଖି ଏବେ ଝୁରି ହେଉଛି ପୂରା ପରିବାର। ଏପରିକି ଘରେ ଓଳିଏ ରୋଷେଇ ହେଲେ, ଆର ଓଳି ଚୁଲି ଜଳୁନି। ଏପରିକି କୁନି ନାତୁଣୀ ବି, ଜେଜେମା’ ଙ୍କୁ ନପାଇ ସତେ ଯେପରି ଏକୁଟିଆ ହୋଇଯାଇଛି। ବାପା କି ମା ଗାଳି କଲେ ଜେଜେମା’ ହିଁ ସୁରକ୍ଷା କବଚ ଥିଲା।

ସବିତାଙ୍କ ଫେରିବା ବାଟକୁ ଏବେ ଅନାଇ ରହିଛି ନାତୁଣୀ ଆଦ୍ୟା କଲ୍ୟାଣୀ।  ପୁଅ ଶାନ୍ତନୁ ବି ମା’ଙ୍କୁ ଖୋଜିବା ପାଇଁ କୌଣସି ବି ପ୍ରୟାସକୁ ହାତଛଡ଼ା କରିନାହାନ୍ତି। ଏମିତି ମାସେ ବିତିଗଲାଣି। ହେଲେ ଝିଅ ଝିଅ ବୋଲି ସ୍ନେହ ବୋଳା ଡାକ, ଆଉ ବାପା ଗାଳି କରୁଥିବାବେଳେ ଜେଜେମା’ଙ୍କ ଢାଲକୁ ଭୁଲିପାରୁନି ନାତୁଣୀ ଆଦ୍ୟା କଲ୍ୟାଣୀ ନାୟକ। ଏପଟେ ମା’କୁ ପାଇବା ପାଇଁ ରାସ୍ତାଘାଟରେ ପୋଷ୍ଟର ମାରୁଛି ପୁଅ। ବାପା ଚାଲିଯିବା ପରେ ମା’ ହିଁ ତ ଥିଲା ସବୁକିଛି। କିନ୍ତୁ ହଠାତ କୁଆଡ଼େ ଯେ ଚାଲିଗଲେ, କାହାପାଖରେ ଉତ୍ତର ନାହିଁ। ଥାନାରେ ଅଭିଯୋଗ ହୋଇଛି। ଦିନରାତି ସବୁଆଡ଼େ ଖୋଜୁଛନ୍ତି। ଏପରିକି ରାସ୍ତାଘାଟରେ ବୁଲି ବୁଲି ପୋଷ୍ଟର ମାରୁଛନ୍ତି ପୁଅ ଶାନ୍ତନୁ ନାୟକ। କିନ୍ତୁ ମା’ ଏବେ କେଉଁଠି ଅଛି ଏବଂ କେମିତି ଅଛି କିଛି ବି ଜଣାନାହିଁ। ବିଭିନ୍ନ ବୃଦ୍ଧାଶ୍ରମ, ଅନାଥାଶ୍ରମ, ବଜାର, ଗଳିକନ୍ଦି ସବୁ ଯାଗା ଖୋଜୁଛନ୍ତି କିନ୍ତୁ ମା ଙ୍କୁ ପାଉ ନାହାନ୍ତି । ସେ କେବେ ଫେରିବେ, ତାହା ହିଁ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

Related story