ରାଜ୍ୟରେ କରୋନା କୋପକୁ ଟିକା ସଙ୍କଟ; ବନ୍ଦ ହେଲା ୭୦୦ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ମହାମାରୀ ଏବେ ଲମ୍ବ ଡିଆଁ ମାରୁଥିବା ବେଳେ ଛାନିଆ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଖାଦେଲାଣି ଟିକାର ଅଭାବ।  ଆସନ୍ତା  ଦୁଇ ଦିନ ଭିତରେ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି, ଗତକାଲି ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ଟିକା ନ […]

Bijay Panigrahi

Bijay Panigrahi

Niharika Rout
  • Published: Thursday, 08 April 2021
  • Updated: 08 April 2021, 02:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ମହାମାରୀ ଏବେ ଲମ୍ବ ଡିଆଁ ମାରୁଥିବା ବେଳେ ଛାନିଆ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଖାଦେଲାଣି ଟିକାର ଅଭାବ।  ଆସନ୍ତା  ଦୁଇ ଦିନ ଭିତରେ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି, ଗତକାଲି ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ଟିକା ନ ଥିବାରୁ ମାତ୍ର ୧ ଲକ୍ଷ ୧୦ ହଜାର ଡୋଜ୍ ଦିଆଯାଇଛି। ରାଜ୍ୟରେ ଏବେ ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲଡ୍ ଟିକା ରହିଛି । ଦୁଇଦିନ ଭିତରେ ଏହି ଟିକା ସରିଯିବ ।

ରାଜ୍ୟରେ ୧ ଲକ୍ଷ ୧୪ ହଜାର ୪୯୦ ଡୋଜ କୋଭାକ୍ସିନ୍ ଟିକା ରହିଛି । କୋଭାକ୍ସିନ କେବଳ ଭୁବନେଶ୍ୱରରେ ଦିଆଯାଉଥିବାରୁ ମହଜୁଦ୍ ଥିବା ଟିକା ୧୦ ଦିନ ଯିବ । ତେବେ ଆଗାମୀ ୧୦  ଦିନ ଟିକାକରଣ ଲାଗି ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଗତକାଲି  ୭୦୦ଟି ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିଲା । ଟିକା ଅଭାବରୁ ଗତକାଲି କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ନିର୍ଦ୍ଦେଶକ ପାଣିଗ୍ରାହୀ କହିଛନ୍ତି।

ସେ କହିଛନ୍ତି, ଯେଉଁଠି ୧୦୦ରୁ ଅଧିକ କର୍ମଚାରୀ ଥିବେ ସେଠାରେ ଭ୍ୟାକ୍ସିନ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି। ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ  ଏପ୍ରିଲ ୧୧ ତାରିଖ ପରଠୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନା କରାଯାଉଛି। ଡିଷ୍ଟ୍ରିକ୍ଟ ଟାସ୍କ ଫୋର୍ସ ଓ ଅର୍ବାନ ଟାସ୍କ ଫୋର୍ସର ମୁଖ୍ୟଙ୍କ ଉପରେ ଏହାର ଦାୟିତ୍ୱ ନ୍ୟସ୍ତ ରହିବ।  ସେମାନେ ତଦାରଖ କରି କେଉଁମାନେ ଟିକା ନେବାକୁ ଉପଯୁକ୍ତ, ତାହା ନିର୍ଦ୍ଧାରଣ କରିବେ।

ରାଜ୍ୟରେ କିଛି ଟିକା ଗଚ୍ଛିତ ରଖାଯାଇଛି କି ବୋଲି ପଚରାଯିବାରୁ ନିର୍ଦ୍ଦେଶକ କହିଛନ୍ତି ଯେ ଆଦୌ ନାହିଁ। କେନ୍ଦ୍ର ସରକାର ଟିକା ଗଚ୍ଛିତ କରି ନରଖିବାକୁ କହିଛନ୍ତି। ତା’ସହିତ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ ଥିବା କହିଛନ୍ତି। ଟିକାକୁ ଗଚ୍ଛିତ ନ ରଖି କୋଲ୍ଡ ଚେନ୍‌ରେ ବାଣ୍ଟି ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟ ଦୈନିକ ୨.୫ ଲକ୍ଷ ହିସାବରେ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ ଟିକା ଆବଶ୍ୟକ କରୁଛି। ଟିକା ପହଞ୍ଚିଲେ ପୁନର୍ବାର ଫୁଲ୍‌ ଦମ୍‌ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story