ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୯୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ରେକର୍ଡ ପରିମାଣର ୭୭.୫୭ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ୭୨.୪୨ ପ୍ରତିଶତ ମତଦାନ ହୋଇଛି। କନ୍ଧମାଳ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ଯଥାକ୍ରମେ ୭୨.୮୮ % ଓ ୭୧.୪୪ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । […]

vote

Jitendra Garnayak
  • Published: Friday, 19 April 2019
  • , Updated: 19 April 2019, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୯୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ରେକର୍ଡ ପରିମାଣର ୭୭.୫୭ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ୭୨.୪୨ ପ୍ରତିଶତ ମତଦାନ ହୋଇଛି। କନ୍ଧମାଳ ଓ ସୁନ୍ଦରଗଡ଼ ଲୋକସଭା ଆସନରେ ଯଥାକ୍ରମେ ୭୨.୮୮ % ଓ ୭୧.୪୪ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସିକା ଲୋକସଭା ଆସନରେ ସବୁଠୁ କମ୍ ୬୬.୩୦ % ଭୋଟ୍ ପଡ଼ିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗୁରୁବାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Related story