୭ ଜଣଙ୍କୁ ଦିଆଯିବ ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଏକା ଥରକେ ୭ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ସଚିବାଳୟରେ ପର୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଘୋଷଣା କରିଛନ୍ତି। ୨୦୦୯ ପାଇଁ ପଟ୍ଟଚିତ୍ର ଶିଳ୍ଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ସେହିପରି ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚଶିଳ୍ପୀ ଅସୀମ ବାସୁ, ୨୦୧୧ ପାଇଁ ଖଲିକୋଟ କଳା […]

raghunath

Rakesh Mallick
  • Published: Tuesday, 12 May 2015
  • , Updated: 13 May 2015, 03:26 AM IST

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଏକା ଥରକେ ୭ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ସଚିବାଳୟରେ ପର୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଘୋଷଣା କରିଛନ୍ତି।

୨୦୦୯ ପାଇଁ ପଟ୍ଟଚିତ୍ର ଶିଳ୍ଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ସେହିପରି ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚଶିଳ୍ପୀ ଅସୀମ ବାସୁ, ୨୦୧୧ ପାଇଁ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ ଓ ୨୦୧୪ ପାଇଁ ଚିତ୍ରଶିଳ୍ପୀ ଦୀନାନାଥ ପାଠୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଏହି ପୁରସ୍କାର ଦିଆଯିବ।

ସଂସ୍କୃତି ବିଭାଗ ଅଧୀନରେ ଥିବା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ସମସ୍ତ ୭ ଜଣ ଶିଳ୍ପୀଙ୍କୁ ନଗଦ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହିତ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯିବ।

ଏହା ସହିତ ୨୦୧୪ ମସିହା ପାଇଁ ଶରତ କୁମାର ରଥ, ହରିସିହ୍ନା ବାବୁ, ଦେବରାଜ ସାହୁ, ପ୍ରମୋଦ ମହାନ୍ତି ଓ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ସମ୍ମାନିତ କରାଯିବ। ସେହିପରି ୨୦୧୫ ପାଇଁ ଚନ୍ଦ୍ରମଣି ବିଶ୍ୱାଳ, କୈଳାସ ମେହେର, ରାମହରି ଜେନା, ଚିତ୍ରା ପଟ୍ଟନାୟକ ଓ ଶୈଳବାଳା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ସମସ୍ତ ଶିଳ୍ପୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ସହିତ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

ଏହି ପୁରସ୍କାର ଘୋଷଣା ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ସେ କହିଥିଲେ ଯେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ’କୋଣାର୍କ’ ପୁରସ୍କାର ବାବଦରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ।

Related story