ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପାଇଁ ଦିଲ୍ଲୀ ଗଲେ ୮ ବିଜେପି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଥିରେ ଯୋଗ ଦେବାକୁ ଓଡ଼ିଶାର ୮ଜଣ ବିଜେପି ବିଧାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ବିଧାୟକମାନେ ଆସନ୍ତାକାଲି ରାଷ୍ଟ୍ରପତି ପଦ ନିମନ୍ତେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲବେଳେ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି । ଶ୍ରୀମତୀ ମୁର୍ମଙ୍କ ନାମାଙ୍କନ ପତ୍ର ଦାଖଲବେଳେ ଉପସ୍ଥିତ ରହିବାକୁ ଓ ପ୍ରସ୍ତାବକ […]

bjp mla

Ordigital Desk
  • Published: Thursday, 23 June 2022
  • , Updated: 24 June 2022, 10:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଥିରେ ଯୋଗ ଦେବାକୁ ଓଡ଼ିଶାର ୮ଜଣ ବିଜେପି ବିଧାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ବିଧାୟକମାନେ ଆସନ୍ତାକାଲି ରାଷ୍ଟ୍ରପତି ପଦ ନିମନ୍ତେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲବେଳେ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି । ଶ୍ରୀମତୀ ମୁର୍ମଙ୍କ ନାମାଙ୍କନ ପତ୍ର ଦାଖଲବେଳେ ଉପସ୍ଥିତ ରହିବାକୁ ଓ ପ୍ରସ୍ତାବକ ହେବାକୁ ଆଜି ବିଜେଡିର ୨ଜଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଏନଡିଏର ସହଯୋଗୀ ଦଳଗୁଡ଼ିକର ପ୍ରତିନିଧି ଏବଂ ବିଜେଡିର ୨ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଶ୍ରୀମତୀ ମୁର୍ମୁ ଓଡ଼ିଶାର ହୋଇଥିବାରୁ ବିଶେଷକରି ପଶ୍ଚିମଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ବିଧାୟକମାନଙ୍କୁ ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଏହି କ୍ରମରେ ବିଜେପିର ୮ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି ।

ଶ୍ରୀମତୀ ମୁର୍ମୁଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମର୍ଥନ ଘୋଷଣା କରିବା ସହ ତାଙ୍କୁ ଦଳମତନିର୍ବିଶେଷରେ ସମର୍ଥନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏହାସହିତ ଶ୍ରୀମତୀ ମୁର୍ମୁଙ୍କ ପ୍ରସ୍ତାବକ ଭାବେ ବିଜେଡି ନିଜର ୨ଜଣ ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀ ପଠାଇଛି । ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପି ନିଜର ଆଦିବାସୀ ଓ ମହିଳା କାର୍ଡ ଖେଳିଥିବାବେଳେ ବିଜେଡି ନିଜର ଭୋଟବ୍ୟାଙ୍କକୁ ବଂଚାଇ ରଖିବାକୁ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ସମର୍ଥନ ଦେବାକୁ ଅପିଲ କରିଛି ।

Related story