ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୮ ଗିରଫ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାର ୩ ତହସିଲଦାରଙ୍କୁ ପଥର ମାଫିଆଙ୍କ ହତ୍ୟା ଉଦ୍ୟମ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ଏସପିଙ୍କ ନେତୃତ୍ୱରେ ୮ ପ୍ଲାଟୁନ ପୋଲିସ ବଡ଼ପୋଖରୀଆ ଗାଁରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି। ଗତ ୭ ତାରିଖ ଦିନ ଖୋର୍ଦ୍ଧା, ଟାଙ୍ଗି ଓ ଚିଲିକାର ୩ ଜଣ ତହସିଲଦାରଙ୍କୁ ପଥର ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟାଙ୍ଗି ପାତ୍ରପଡ଼ା ଅଞ୍ଚଳର ବିଭିନ୍ନ ବେଆଇନ ପଥର ଖଣି ଉପରେ ଏମାନେ ଚଢ଼ଉ କରିବାକୁ […]

hathkadi...

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 09:57 AM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାର ୩ ତହସିଲଦାରଙ୍କୁ ପଥର ମାଫିଆଙ୍କ ହତ୍ୟା ଉଦ୍ୟମ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ଏସପିଙ୍କ ନେତୃତ୍ୱରେ ୮ ପ୍ଲାଟୁନ ପୋଲିସ ବଡ଼ପୋଖରୀଆ ଗାଁରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି।

ଗତ ୭ ତାରିଖ ଦିନ ଖୋର୍ଦ୍ଧା, ଟାଙ୍ଗି ଓ ଚିଲିକାର ୩ ଜଣ ତହସିଲଦାରଙ୍କୁ ପଥର ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟାଙ୍ଗି ପାତ୍ରପଡ଼ା ଅଞ୍ଚଳର ବିଭିନ୍ନ ବେଆଇନ ପଥର ଖଣି ଉପରେ ଏମାନେ ଚଢ଼ଉ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। କାହାକୁ ଜେସିବି ମଡ଼ାଇ ତ ଆଉ କାହାକୁ ଟ୍ରାକ୍ଟର ଚପାଇ ମାରିବାକୁ ଉଦ୍ୟମ କରିଥିଲୋ କେବଳ ତହସିଲଦାର୍ ନୁହଁନ୍ତି, ୩ ସେକ୍ସନ ପୋଲିସ ଫୋର୍ସ ଉପରେ ବି ଆକ୍ରମଣ ହୋଇଥିଲା।

Related story