ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଅଟୋ, ୮ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ବାଇକକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ପଡ଼ିଲା ଅଟୋ। ଦୁର୍ଘଟଣା ୮ଜଣ ଛାତ୍ରଛାତ୍ରୀ ସମେତ ବାଇକ୍ ଚାଳଳ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ଦେଉଳିଆ ଗାଁ ନିକଟରେ। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ […]

accident

  • Published: Saturday, 30 July 2022
  • , Updated: 30 July 2022, 01:52 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ବାଇକକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ପଡ଼ିଲା ଅଟୋ। ଦୁର୍ଘଟଣା ୮ଜଣ ଛାତ୍ରଛାତ୍ରୀ ସମେତ ବାଇକ୍ ଚାଳଳ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ଦେଉଳିଆ ଗାଁ ନିକଟରେ। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଛାତ୍ରୀ ବାଦପୁର ଆଦର୍ଶ ବିଦ୍ୟାଳୟରେ ପଢୁଥିଲେ ।

ଆଜି ସକାଳ ୧୦ଟା ସମୟରେ ଅଟୋଟି ଛାତ୍ରଛାତ୍ରୀଙ୍କୁ ନେଇ ନୂଆପେଣ୍ଠରୁ ବାହାରି ବାଦପୁର ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା। ଜରଡ଼ା ଦେଉଳିଆ ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ବାଇକ୍ ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଛାତ୍ରଛାତ୍ରୀ ଓ ବାଇକ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅଟୋଟି ଆଜି ୯ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଛାଡ଼ିବାକୁ ଯାଉଥିଲା। ପୁଲିସ ଗାଡ଼ିକୁ ଜବତ କରି ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Related story