ବୃଦ୍ଧାଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଥାନା ଅନ୍ତର୍ଗତ ବିଞ୍ଜବାହାଲ ଗାଁରେ ଜଣେ ବୁଦ୍ଧାଙ୍କୁ ଝୁଣି ମାରି ଦେଇଛନ୍ତି ବୁଲା କୁକୁର ପଲ। ମୃତ ବୃଦ୍ଧାଙ୍କ ନାଁ ଭୂମିସୂତା ମାଝୀ। ଆଜି ସକାଳେ ଭୂମିସୂତା ଶୌଚ ପାଇଁ ପୋଖରୀକୁ ଯାଉଥିବା ବେଳେ ୮ରୁ ୧୦ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା। ଜିଲ୍ଲାର […]

rightbottom

Jitendra Garnayak
  • Published: Saturday, 01 June 2019
  • , Updated: 01 June 2019, 02:33 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଥାନା ଅନ୍ତର୍ଗତ ବିଞ୍ଜବାହାଲ ଗାଁରେ ଜଣେ ବୁଦ୍ଧାଙ୍କୁ ଝୁଣି ମାରି ଦେଇଛନ୍ତି ବୁଲା କୁକୁର ପଲ। ମୃତ ବୃଦ୍ଧାଙ୍କ ନାଁ ଭୂମିସୂତା ମାଝୀ।

ଆଜି ସକାଳେ ଭୂମିସୂତା ଶୌଚ ପାଇଁ ପୋଖରୀକୁ ଯାଉଥିବା ବେଳେ ୮ରୁ ୧୦ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା। ଜିଲ୍ଲାର ଖସିଗୁଡ଼ା ଗାଁରେ ଜଣେ ୯ ବର୍ଷର ଝିଅକୁ ବୁଲା କୁକୁରମାନେ ସଂଘବଦ୍ଧ ଆକ୍ରମଣ କରି ମାରି ଦେଇଥିଲେ।

Related story