ଜାଳିଦେଲେ ୮ ବାଲି ବୋଝେଇ ଗାଡି 

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କୋଳିଦାସପୁରଠାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୮ଟି ବାଲି ବୋଝେଇ ଗାଡ଼ି ଜାଳି ଦେଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରୁ ନାହିଁ। ସୂଚନା ମୁତାବକ, କିଛିଦିନ ହେବ ଆଖପାଖ ଅଞ୍ଚଳ  ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ  ଜୋରସୋରରେ ଚାଲିଥିବା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବାପରେ ବି କୌଣସି […]

truck

Niharika Rout
  • Published: Saturday, 22 August 2020
  • , Updated: 22 August 2020, 02:15 PM IST

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କୋଳିଦାସପୁରଠାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୮ଟି ବାଲି ବୋଝେଇ ଗାଡ଼ି ଜାଳି ଦେଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରୁ ନାହିଁ।

ସୂଚନା ମୁତାବକ, କିଛିଦିନ ହେବ ଆଖପାଖ ଅଞ୍ଚଳ  ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ  ଜୋରସୋରରେ ଚାଲିଥିବା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବାପରେ ବି କୌଣସି ଫଳ ମିଳୁନଥିଲା। ଫଳରେ କିଛି ଦୁର୍ବୃତ୍ତ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଜଳି ଯାଉଥିବା ଗାଡ଼ି ମଧ୍ୟରେ ଟ୍ରାକ୍ଟର, ବାଇକ୍‌, ଟିପ୍‌ର୍ ଓ ଜେସିବି ମେସିନ୍ ଆଦି ମଧ୍ୟ ରହିଛି।

Related story