ଡକାୟତି କରି ବନ୍ଧା ହେଲେ ୯ ଜଣ

ଆଳି(ବନମାଳୀ ସାହୁ):  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁରେ ଡକାୟତି ଘଟଣାରେ ୯ଜଣଙ୍କୁ ଗିରଫ କରିଛି ପୁଲିସ୍‌।  ସେମାନଙ୍କଠାରୁ ଦେଢଶହ ଗ୍ରାମ ଓଜନର ଅଳଙ୍କାର, ୪୨ ହଜାର ଟଙ୍କା ସହ ବହୁ ମାରଣାସ୍ତ୍ର ଜବତ ହୋଇଛି। ଗତ ୨୯ ତାରିଖ ରାତିରେ ଆଳିରେ ୨ ଜଣଙ୍କ ଘରୁ ଏହି ଗ୍ୟାଙ୍ଗର ସଦସ୍ୟ  ସଶସ୍ତ୍ର ଡକାୟତି  କରିଥିଲେ । ଭରତପୁର ଗାଁର ହାଡ଼ିବନ୍ଧୁ ସାହୁ ଓ ଅଲେଖ ସାହୁଙ୍କ ଘର ଗ୍ରୀଲ କାଟି ଟଙ୍କା ଓ […]

ali-1..1

Niharika Rout
  • Published: Saturday, 07 September 2019
  • , Updated: 07 September 2019, 02:23 PM IST

ଆଳି(ବନମାଳୀ ସାହୁ):  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁରେ ଡକାୟତି ଘଟଣାରେ ୯ଜଣଙ୍କୁ ଗିରଫ କରିଛି ପୁଲିସ୍‌।  ସେମାନଙ୍କଠାରୁ ଦେଢଶହ ଗ୍ରାମ ଓଜନର ଅଳଙ୍କାର, ୪୨ ହଜାର ଟଙ୍କା ସହ ବହୁ ମାରଣାସ୍ତ୍ର ଜବତ ହୋଇଛି।

ଗତ ୨୯ ତାରିଖ ରାତିରେ ଆଳିରେ ୨ ଜଣଙ୍କ ଘରୁ ଏହି ଗ୍ୟାଙ୍ଗର ସଦସ୍ୟ  ସଶସ୍ତ୍ର ଡକାୟତି  କରିଥିଲେ । ଭରତପୁର ଗାଁର ହାଡ଼ିବନ୍ଧୁ ସାହୁ ଓ ଅଲେଖ ସାହୁଙ୍କ ଘର ଗ୍ରୀଲ କାଟି ଟଙ୍କା ଓ ସୁନାଗହଣା ଲୁଟି ନେବା ସହ ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।  ପୁଲିସ୍‌ ହାତରେ ଧରାପଡିଥିବା ଏହି ଡକାୟତମାନେ ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର।

Related story