ମହୁଳପାଟଣା ଲୁଟ ଘଟଣା: ମାଷ୍ଟରମାଇଣ୍ଡ ଶିକ୍ଷକ ସମେତ ୯ ଗିରଫ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଧର୍ମଗଡ଼ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନରେ ଥିବା ମହୁଲପାଟଣା ଲୁଟ୍ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ କୋକସରା ବ୍ଲକ୍ ଡାହଗା ଶିକ୍ଷକ ଅଲେଖ ଠାକୁର ସହ ୯ଜଣଙ୍କୁ ଗିରଫ କରିଛି ଧର୍ମଗଡ଼ ଉପଖଣ୍ଡ ପୁଲିସ୍। ଏହାସହ ପୁଲିସ୍ ସେମାନଙ୍କ ଠାରୁ ୨ଲକ୍ଷ ୬୯ହଜାର ୮୦୦ ଟଙ୍କା, ୧୧ଟି ମୋବାଇଲ୍, ୨ଟି ଛୁରୀ ଓ ୪ଟି ବାଇକ୍ ଜବତ କରିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ […]

dharmagarh

Ranjit Kumar Jena
  • Published: Tuesday, 15 December 2020
  • , Updated: 15 December 2020, 09:59 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଧର୍ମଗଡ଼ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନରେ ଥିବା ମହୁଲପାଟଣା ଲୁଟ୍ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ କୋକସରା ବ୍ଲକ୍ ଡାହଗା ଶିକ୍ଷକ ଅଲେଖ ଠାକୁର ସହ ୯ଜଣଙ୍କୁ ଗିରଫ କରିଛି ଧର୍ମଗଡ଼ ଉପଖଣ୍ଡ ପୁଲିସ୍।

ଏହାସହ ପୁଲିସ୍ ସେମାନଙ୍କ ଠାରୁ ୨ଲକ୍ଷ ୬୯ହଜାର ୮୦୦ ଟଙ୍କା, ୧୧ଟି ମୋବାଇଲ୍, ୨ଟି ଛୁରୀ ଓ ୪ଟି ବାଇକ୍ ଜବତ କରିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, କିଛିଦିନ ତଳେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁରୁ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ୪ଜଣ ଗୋରୁ ବେପାରୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍ ହୋଇଥିଲା। ଏ ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଯାହା ପରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ଛାନଭିନ୍ ଆରମ୍ଭ କରିଦେଇଥିଲା।

Related story