ଇଏ ସେହି ମଣିଷ ଖିଆ ପିକ୍ଅପ୍ ଭ୍ୟାନ୍ ! ରାକ୍ଷସ ଭଳି ଗିଳିଦେଲା ୯ ଜୀବନ

ଜୟପୁର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ, ଶବ ପଡ଼ିଛି ଲମ୍ବାଧାଡ଼ି ହୋଇ ।  ସଫେଦ କପଡ଼ା ଭିତରେ କାହାର ରକ୍ତ ଜୁଡୁବୁଡୁ ମରଶରୀର ତ ଆଉ କାହାର ଖଣ୍ଡ ବିଖଣ୍ଡିତ ମୃତଦେହ । ଯାହା ଦେଖିବା ଆଉ ଦେଖାଇବା ସମ୍ଭବ ନୁହେଁ । ଆପଣାର ଲୋକଙ୍କୁ ହରାଇବାର ଛାତିଥରା କୋହ ଭେଦି ଯାଉଥିଲା ନିସ୍ତବ୍ଧ ରାତିକୁ । କିଏ ମାଙ୍କୁ ତ ଆଉ କିଏ ଭଉଣୀଙ୍କୁ ହରାଇ ଆର୍ତ୍ତ ଚିତ୍କାର କରୁଥିଲେ । ପୁଣି କିଏ […]

mnop

Tapas Behera
  • Published: Monday, 01 February 2021
  • , Updated: 01 February 2021, 07:46 PM IST

ଜୟପୁର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ, ଶବ ପଡ଼ିଛି ଲମ୍ବାଧାଡ଼ି ହୋଇ ।  ସଫେଦ କପଡ଼ା ଭିତରେ କାହାର ରକ୍ତ ଜୁଡୁବୁଡୁ ମରଶରୀର ତ ଆଉ କାହାର ଖଣ୍ଡ ବିଖଣ୍ଡିତ ମୃତଦେହ । ଯାହା ଦେଖିବା ଆଉ ଦେଖାଇବା ସମ୍ଭବ ନୁହେଁ । ଆପଣାର ଲୋକଙ୍କୁ ହରାଇବାର ଛାତିଥରା କୋହ ଭେଦି ଯାଉଥିଲା ନିସ୍ତବ୍ଧ ରାତିକୁ । କିଏ ମାଙ୍କୁ ତ ଆଉ କିଏ ଭଉଣୀଙ୍କୁ ହରାଇ ଆର୍ତ୍ତ ଚିତ୍କାର କରୁଥିଲେ । ପୁଣି କିଏ ପତ୍ନୀଙ୍କୁ ହରାଇ ଭାଙ୍ଗିପଡ଼ିଥିଲେ । କୋରାପୁଟ କୋଟପାଡ଼ର ମେଡ଼ିକାଲ୍ କ୍ୟାମ୍ପସରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତା ମଝିରେ ଛକି ରହିଥିବା ମରଣର କୋରଡ଼କୁ ଟାଣି ହୋଇଯାଇଥିଲେ ସମସ୍ତେ । ମର୍ମନ୍ତୁଦ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଛତିଶଗଡ଼ ବସ୍ତର ଜିଲ୍ଲା କୁଲ୍ଚା ଗାଁର ନଅ ନଅ ଜଣ ମହିଳା ଯାତ୍ରୀ ପ୍ରାଣ ହରାଇଲେ ।  ଦଶାହ କର୍ମରେ ଯୋଗ ଦେବାକୁ ଯାଇ ମୃତ୍ୟୁ ଦଶା ଭୋଗିଲେ ଆତ୍ମୀୟ ସ୍ୱଜନ । ଆଉ କିଛି ବାଟ ପରେ ନିଜ ନିଜ ଘରେ ପହଞ୍ଚି ଯାଇଥାନ୍ତେ ସେମାନେ।  ହେଲେ ନିୟତି କିନ୍ତୁ ଭିନ୍ନ ଥିଲା।

ସମୟ ରାତି ପ୍ରାୟ ୮ଟା । କୋଟପାଡ଼ ଥାନା ସିନ୍ଧିଗାଁରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ପିକ୍ଅପ୍ ଭ୍ୟାନ୍‌ରେ ଗାଁକୁ ଫେରୁଥିଲେ । ଡ୍ରାଇଭର ସମେତ ୨୨ ଜଣ ମହିଲା ଉକ୍ତ ଭ୍ୟାନ୍‌ର ଥିବା କୁହାଯାଉଛି।  ପ୍ରାୟ ୩୦ କିଲୋମିଟର୍ ଦୂରକୁ ଯିବାର ଥିବାରୁ ସମସ୍ତେ ବ୍ୟଗ୍ର ଥିଲେ ।  ରାସ୍ତା ଭଲଥିବାରୁ ଗାଡ଼ିର ବେଗ ବି ଅଧିକ ଥିଲା।  ହେଲେ ମୂର୍ତ୍ତାହାଣ୍ଡିରେ ଗାଡ଼ିଟି  ପ୍ରଥମେ ଏକ ଗଛରେ ପିଟି ହେଲା । ପୁଣି ପଛକୁ ଫେରି ଆଗକୁ ଯାଇ ରାସ୍ତାକଡ଼କୁ ଓଲଟିଲା। ଫଳରେ ସବୁ ଯାତ୍ରୀ ସବୁ ଛିଟିକି ପଡ଼ିଥିବାବେଳେ ଘଟଣାସ୍ଥଳରୁ ଖସି ଯାଇଥିଲେ ଡ୍ରାଇଭର ।

ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉ ୨ ଜଣ ପ୍ରାଣ ହରାଇଥିଲେ । ଆହତ ହୋଇଥିଲେ ୧୩ ଜଣା ଖବର ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ଜଗଦଲପୁର ବିଧାୟକ କୋଟପାଡ଼ରେ ପହଞ୍ଚି ଆହତଙ୍କୁ ଜଗଦଲପୁର ନିକଟ ମେଡ଼ିକାଲରୁ ସ୍ଥାନାନ୍ତର କରାଇଥିବାବେଳେ ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହି ଦୁଃଖଦ ମୃତ୍ୟୁକୁ ନେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀଙ୍କ କାଯର୍ୟାଳୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଏବଂ ଆହତଙ୍କ ପିଛା ୫୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

Related story