‘ରାଜ୍ୟରେ ଜିଜିଆ କର ଲାଗିଲା ଭଳି ପରିସ୍ଥିତି ହୋଇଛି’

ଭୁବନେଶ୍ୱର(ଓଡ଼ିଶ ରିପୋର୍ଟର): ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ତେଣୁ ରାଜଧାନୀ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଭିଡ଼ ଜମିଛି। ଏନେଇ ବିଧାନସଭାର ପ୍ରଶ୍ନକାଳରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ସେ କହିଛନ୍ତି,“ ଡ୍ରାଇଭିଂ ଲାଇସେନ୍ସ ପାଇଁ ସେପ୍ଟେମ୍ୱର ପହିଲାରୁ ନଭେମ୍ବର ୨୪ ଯାଏ ୮, ୮୯, ୦୯୩ ଲୋକ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୫, ୨୫, ୯୬୮ଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। […]

bjd

bjd

Jyoshna Pradhan
  • Published: Thursday, 28 November 2019
  • Updated: 28 November 2019, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶ ରିପୋର୍ଟର): ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ତେଣୁ ରାଜଧାନୀ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଭିଡ଼ ଜମିଛି। ଏନେଇ ବିଧାନସଭାର ପ୍ରଶ୍ନକାଳରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି।

ସେ କହିଛନ୍ତି,“ ଡ୍ରାଇଭିଂ ଲାଇସେନ୍ସ ପାଇଁ ସେପ୍ଟେମ୍ୱର ପହିଲାରୁ ନଭେମ୍ବର ୨୪ ଯାଏ ୮, ୮୯, ୦୯୩ ଲୋକ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୫, ୨୫, ୯୬୮ଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। ଡିଏଲ୍ ପାଇଁ ୧, ୪୪, ୬୭୫ଜଣ ଆବେଦନ କରିଛନ୍ତି। ୯୫, ୨୬୬ଜଣଙ୍କୁ ଡିଏଲ୍ ମିଳିଛି। ଭୁବନେଶ୍ୱର ଆରଟିଓ-୧ରେ ୬୩, ୦୨୭ ଜଣ ଲର୍ଣ୍ଣିଂ ପାଇଁ ଆବେଦନ କରିଛନ୍ତି। ଲର୍ଣ୍ଣିଂ ଲାଇସେନ୍ସ ପାଇଛନ୍ତି ୪୫, ୩୫୧ ଜଣ ଆବେଦନକାରୀ। ଆରଟିଓ-୧ରେ ଡିଏଲ୍ ପାଇଁ ୧୨, ୫୪୫ ଜଣ ଆବେଦନ କରିଛନ୍ତି, ପାଇଛନ୍ତି ୮୧୦୨। ଭୁବନେଶ୍ୱର ଆରଟିଓ-୨ରେ ଲର୍ଣ୍ଣିଂ ୩୧, ୬୩୭ ଆବେଦନ କରିଛନ୍ତି, ପାଇଛନ୍ତି ୨୪, ୯୮୭।  ୭୧୦୯ ଜଣ ଡିଏଲ୍ ଆବେଦନ  କରିଛନ୍ତି। ୫୫୦୫ ଜଣ ପାଇଛନ୍ତି।“

ଅନ୍ୟପକ୍ଷରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଦୀପ ମହାରଥୀ ଆରଟିଓରେ ଅସମ୍ଭାଳ ଭିଡ଼ ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ। ଆରଟିଓରେ ଆବଶ୍ୟକ ଷ୍ଟାଫ୍ ନ ଥିବାରୁ ଲୋକେ ସୁବିଧା ପାଉ ନାହାନ୍ତି। ଭୁବନେଶ୍ୱରକୁ ଛାଡ଼ି, ଅନ୍ୟ  ସ୍ଥାନରେ ସନ୍ଧ୍ୟା ହେଲେ ଆରଟିଓ ଅଫିସ୍ ବନ୍ଦ ହୋଇଯାଉଛି। ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ। ସେହିପରି ମହାରଥୀ କହିଥିଲେ- ରାଜ୍ୟରେ ଜିଜିଆ କର ଲାଗିଲା ଭଳି ପରିସ୍ଥିତି ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos