ବାଲେଶ୍ୱର ଉପ ନିର୍ବାଚନ: ୯୦ ବର୍ଷରେ ଯୋଦ୍ଧା ସାଜିଛନ୍ତି ବେଣୁଧର

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଜୋରଦାର କରିଛି କ୍ୟାଂପେନ । ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି ବାଲେଶ୍ୱର ଟାଉନର […]

benudhar-1

Tapas Behera
  • Published: Wednesday, 21 October 2020
  • , Updated: 21 October 2020, 05:00 PM IST

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଜୋରଦାର କରିଛି କ୍ୟାଂପେନ ।
ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି ବାଲେଶ୍ୱର ଟାଉନର ୪ ନମ୍ବର,୫ ନମ୍ବର ଓ୍ୱାର୍ଡରେ ଘରକୁ ଘର ବୁଲି କ୍ୟାମ୍ପେନିଂ କରିଛନ୍ତି । ଏହାସହ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସହ କଥା ହେଉଛନ୍ତି ।

ତେବେ ନିର୍ବାଚନ ପ୍ରଚାରର ସବୁଠାରୁ ଆକର୍ଷଣ ସାଜିଛନ୍ତି ୯୦ ବର୍ଷିୟ ବୃଦ୍ଧ ବେଣୁଧର ବାରିକ । ବାଲେଶ୍ୱର ସଦର ଉପ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି ବେଣୁଧର।  ପରିଣତ ବୟସରେ ନିର୍ବାଚନ ବୈତରଣୀ ପାର ହେବାକୁ ମଧ୍ୟ ଜୋରଦାର ଉଦ୍ୟମ କରୁଛନ୍ତି। ପାଖର ଟଙ୍କା ନାହିଁ ହେଲେ, ଘର ଘର ବୁଲି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ନିଜ ପାଇଁ ଭୋଟ୍ ଯୋଗାଡ଼ କରିବାକୁ ଲୋକଙ୍କ ପାଖକୁ ଯିବା ସହ ବିକାଶର କଥା କହୁଛନ୍ତି । ଏମିତି କି, ନିଜେ ସାଇକେଲ ଚଢି ଗାଁରୁ ଗାଁ ବୁଲିଛନ୍ତି । ପେଶାରେ ବାରିକ କାମ କରୁଥିବା ବେଣୁଧର ଏଥର ନିଶ୍ଚିତ ଜିତିବେ ବୋଲି କହିଛନ୍ତି ।

Related story