ରାଜ୍ୟର ୯୨% ଲୋକ ନେଇନାହାନ୍ତି ବୁଷ୍ଟର ଡୋଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଯେକୌଣସି ମୁହୂର୍ତ୍ତରେ ଅଧିକ ପରିମାଣର ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ରାଜ୍ୟର ୧୮ରୁ ୫୯ବର୍ଷ ବୟସର ଲୋକମାନେ ତୁରନ୍ତ ବୁଷ୍ଟର ଡୋଜ(ତୃତୀୟ ଡୋଜ୍ ) ନେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏବେବି ଏହି ବୟସର ୯୨ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇନଥିବା ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡ଼ିଛି । ତେବେ ସେପ୍ଟେମ୍ବର ୩୦ତାରିଖ ପରେ ଏହି ବୁଷ୍ଟର ଡୋଜ୍ ଆଉ ମାଗଣାରେ […]

Vaccine

Ordigital Desk
  • Published: Thursday, 04 August 2022
  • , Updated: 04 August 2022, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଯେକୌଣସି ମୁହୂର୍ତ୍ତରେ ଅଧିକ ପରିମାଣର ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ରାଜ୍ୟର ୧୮ରୁ ୫୯ବର୍ଷ ବୟସର ଲୋକମାନେ ତୁରନ୍ତ ବୁଷ୍ଟର ଡୋଜ(ତୃତୀୟ ଡୋଜ୍ ) ନେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏବେବି ଏହି ବୟସର ୯୨ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇନଥିବା ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡ଼ିଛି । ତେବେ ସେପ୍ଟେମ୍ବର ୩୦ତାରିଖ ପରେ ଏହି ବୁଷ୍ଟର ଡୋଜ୍ ଆଉ ମାଗଣାରେ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ତଥା ଟୀକାକରଣର ନୋଡାଲ ଅଫିସର ଡାକ୍ତର ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ୧୮ରୁ ୫୯ବର୍ଷ ବୟସର ସମସ୍ତ ଯୋଗ୍ୟ ନାଗରିକ ତୁରନ୍ତ ନିଜର ବୁଷ୍ଟର ଡୋଜ୍ ନେଇଯିବାକୁ ରାଜ୍ୟ ସରକାର ଅପିଲ୍ କରିଛନ୍ତି । ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ମାମଲା ୧ହଜାର ତଳେ ରହୁଥିଲେ ମଧ୍ୟ ଯେକୌଣସି ସମୟରେ ଏହି ସଂଖ୍ୟା ବଢ଼ିବାରେ ଆଶଙ୍କା ରହିଛି । କେବଳ ଟୀକା ମାଧ୍ୟମରେ ଏହି କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିହେବ।

ରାଜ୍ୟର ୬୦ବର୍ଷରୁ ଅଧିକ ବୟସର ମାତ୍ର ୨୬ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଥିବାବେଳେ ୧୮-୫୯ବର୍ଷ ବୟସର ୮% ଲୋକ ଏହି ବୁଷ୍ଟର ଡୋଜ୍ ନେଇଛନ୍ତି । ରାଜ୍ୟରେ ୧୮ରୁ ୫୯ବର୍ଷ ବୟସର ପ୍ରାୟ ୨.୬୫କୋଟି ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୨.୮୪ଲକ୍ଷ ଲୋକ ଏପର୍ଯ୍ୟନ୍ତ ନିଜର ବୁଷ୍ଟର ଡୋଜ୍ ନେଇଛନ୍ତି । ତେଣୁ ବୁଷ୍ଟର ଡୋଜ୍ ଲୋକମାନେ କିଭଳି ତୁରନ୍ତ ନେବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ବୁଷ୍ଟର ଡୋଜ୍ ସମସ୍ତଙ୍କ ପାଇଁ ମାଗଣା ଓ ନିକଟସ୍ଥ କୋଭିଡ୍ ଟୀକାଦାନ କେନ୍ଦ୍ରରେ ଉପଲବ୍ଧ ରହିଛି । ଏବେ ମାଗଣାରେ ଦିଆଯାଉଥିବା ବୁଷ୍ଟର ଡୋଜ୍ ଆସନ୍ତା ସେପ୍ଟେମ୍ବର ୩୦ତାରିଖ ପରେ ଆଉ ମାଗଣାରେ ମିଳିବ ନାହିଁ ଓ ଏଥିପାଇଁ ଅର୍ଥ ଦେବାକୁ ପଡ଼ିବ । ତେଣୁ ଏହି ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସବୁ ଲୋକେ ଯେଭଳି ବୁଷ୍ଟର ଡୋଜ୍ ନେବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

Related story