ସୁଖ ଦେଖି ଚାଲିଗଲା ମାଆ, ଦୁଃଖ ଦେଖିବା ପାଇଁ ମୋତେ ଛାଡ଼ି ଗଲା

ଭଦ୍ରକ (ପାର୍ଥସାରଥୀ ନାୟକ): କଥା ଦେଇ ଗଲା ଭଳି ଗୋଟିଏ ଦିନରେ ଦୁଇ ଭାଇ ଆଗ ପଛ ହୋଇ ଚାଲିଗଲେ। ସେମାନଙ୍କ ଦଶାହରେ ମଝିଆ ବୋହୂ ମଧ୍ୟ ଅଫେରା ପଥର ପଥିକ ହେଲେ। ଦୁଇ ପୁଅ ଓ ବୋହୂଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ୯୨ ବର୍ଷୀୟ ଗୋପବନ୍ଧୁ ପାଣିଗ୍ରାହୀ। ଅହରହ ଆଖିରୁ ଝରୁଛି ଲୁହ। ଆଉ ସ୍ୱର୍ଗବାସୀ ପତ୍ନୀଙ୍କୁ ମନେ ପକାଇ ଅଭିମାନରେ କହୁଛନ୍ତି, ସୁଖ ଦେଖି ଚାଲିଗଲୁ, ଦୁଃଖ ଦେଖିବା ପାଇଁ ମୋତେ ଛାଡ଼ି ଦେଇଗଲୁ? […]

Bhadrak

Bhadrak

Manoranjan Sial
  • Published: Friday, 09 December 2022
  • Updated: 09 December 2022, 04:56 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): କଥା ଦେଇ ଗଲା ଭଳି ଗୋଟିଏ ଦିନରେ ଦୁଇ ଭାଇ ଆଗ ପଛ ହୋଇ ଚାଲିଗଲେ। ସେମାନଙ୍କ ଦଶାହରେ ମଝିଆ ବୋହୂ ମଧ୍ୟ ଅଫେରା ପଥର ପଥିକ ହେଲେ। ଦୁଇ ପୁଅ ଓ ବୋହୂଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ୯୨ ବର୍ଷୀୟ ଗୋପବନ୍ଧୁ ପାଣିଗ୍ରାହୀ। ଅହରହ ଆଖିରୁ ଝରୁଛି ଲୁହ। ଆଉ ସ୍ୱର୍ଗବାସୀ ପତ୍ନୀଙ୍କୁ ମନେ ପକାଇ ଅଭିମାନରେ କହୁଛନ୍ତି, ସୁଖ ଦେଖି ଚାଲିଗଲୁ, ଦୁଃଖ ଦେଖିବା ପାଇଁ ମୋତେ ଛାଡ଼ି ଦେଇଗଲୁ?

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ ଗୁଆମାଳ ପଞ୍ଚାୟତର ଗୋପବନ୍ଧୁ ପାଣିଗ୍ରାହୀ। ପତ୍ନୀ, ପୁଅ ଓ ଝିଅଙ୍କୁ ନେଇ ଥିଲା ତାଙ୍କ ପରିବାର। ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଅଭାବ ଭିତରେ ପିଲାମାନଙ୍କୁ କରିଥିଲେ ମଣିଷ। ପିଲାମାନେ ମଧ୍ୟ ବାପାଙ୍କ ପରିଶ୍ରମକୁ ସାର୍ଥକ କରିଥିଲେ। ଭଲ ପାଠ ପଢ଼ି ସମସ୍ତେ ଚାକିରି ବାକିରି କଲେ। ପରେ ବାହା ହୋଇ ଘର ସଂସାର କଲେ।

ହସଖୁସିରେ ଥିଲା ପୂରା ପରିବାର। ତେବେ ହଠାତ୍‌ ତାଙ୍କ ପରିବାର ଉପରେ ଲାଗିଲା କାହାର ନଜର। ଅଦିନରେ ପର କରି ଅଫେରା ପଥରେ ପଥିକ ହେଲେ ଗୋପବନ୍ଧୁଙ୍କ ପତ୍ନୀ। ଭାଙ୍ଗି ପଡ଼ିଲେ ଗୋପବନ୍ଧୁ। ଅର୍ଦ୍ଧାଙ୍ଗିନୀଙ୍କୁ ହରାଇଥିଲା ପରେ ୪ ପୁଅ, ବୋହୂ ଓ ନାତି ନାତୁଣୀଙ୍କ ଭିତରେ ନିଜକୁ ଆଉ ଥରେ ଗଢ଼ିଲେ। ଧୈର୍ଯ୍ୟ ସହ ସମୟକୁ ମୁକାବିଲା କଲେ। ଏହାରି ଭିତରେ ଗୋପବନ୍ଧୁଙ୍କ ବଡ଼ପୁଅ ଦୁର୍ଗା ପ୍ରସାଦ ଓ ଦ୍ୱିତୀୟ ପୁଅ ହରପ୍ରସାଦ ରୋଗରେ ପୀଡ଼ିତ ହେଲେ।

ମେଡ଼ିକାଲ୍‌ରୁ ଘର ଓ ଘରରୁ ମେଡ଼ିକାଲ୍‌ ଏହାରି ଭିତରେ ସୀମିତ ହେଲେ ପୂରା ପରିବାରର ଜୀବନ ଚର୍ଯ୍ୟା। ରୋଗ ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଦୌଡ଼ିଲେ। ହେଲେ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ଓ ପରିବାର ଲୋକଙ୍କ ପ୍ରାର୍ଥନା ବ୍ୟର୍ଥ ଗଲା! ଗତ ୨୭ ତାରିଖରେ ସନ୍ଧ୍ୟା ୪.୧୫ ମିନିଟ୍‌ରେ କିଡ଼୍‌ନୀ ରୋଗରେ ପୀଡ଼ିତ ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ ହୋଇ ଯାଇଥିଲା। ବଡ଼ ଭାଇଙ୍କ ମୃତ୍ୟୁ ଖବର ପାଇ ରୋଗ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ଦ୍ୱିତୀୟ ଭାଇ ହରପ୍ରସାଦ ରାତି ସାଢ଼େ ୨ଟାରେ ଆରପାରିକୁ ଚାଲି ଯାଇଥିଲେ। କଥା ଦେଇଥିଲା ଭଳି ଗୋଟିଏ ଦିନରେ ଦୁଇ ଭାଇ ଆଗପଛ ହୋଇ ଚାଲି ଗଲେ।

ଆଖି ଆଗରେ ଦୁଇ ପୁଅଙ୍କ ମୃତ୍ୟୁ ପରେ ୯୨ ବର୍ଷୀୟ ଗୋପବନ୍ଧୁ ଖୁବ୍ ବ୍ୟଥିତ ହୋଇଥିଲେ। ଧର୍ମପତ୍ନୀଙ୍କୁ ହରାଇ ଯେତେ ଯନ୍ତ୍ରଣା ପାଇନଥିଲେ, ତାହାଠାରୁ ଅଧିକ କଷ୍ଟ ପାଇଲେ ଦୁଇ ପୁଅଙ୍କୁ ହରାଇ। ଛାତି ଭିତର କୋହକୁ ଜାବୁଡ଼ି ଧରି ପରିବାର ଲୋକଙ୍କ ସହ ମିଶି କରୁଥିଲେ ଶୁଦ୍ଧିକ୍ରିୟା। ବ୍ରାହ୍ମଣ ସମାଜ ଅନୁସାରେ ଗୋପବନ୍ଧୁ ନିଜେ କରିଥିବା ଦୋଳମଣ୍ଡପରେ ଦୁଇ ଭାଇଙ୍କ ଦ୍ୱାଦଶକ୍ରିୟା ପାଇଁ ଚାଲିଥିଲା କର୍ମକାଣ୍ଡ। ସାହି ଭାଇଙ୍କୁ ଭୋଜି ଦେବା ପାଇଁ ଦାଣ୍ଡରେ ଟେଣ୍ଟ ବନ୍ଧା ସରିଥିଲା। କହିବାକୁ ଗଲେ ରୋଷେଇ ଏକପ୍ରକାର ସରି ଯାଇଥିଲା। ଖାଦ୍ୟ ଖନ୍ଦା ଖଳାରୁ ବାଲଟିରେ ବୁହା ହୋଇ ମଣ୍ଡପକୁ ଆସି ସାରିଥିଲା। ଏହି କାମରେ ଗୋପବନ୍ଧୁଙ୍କ ମଝିଆ ବୋହୂ ଭାରତୀ ନିୟୋଜିତ ହୋଇଥିଲେ। ସେ ଘର ସମ୍ମୁଖ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା ଏକ ସ୍କୁଟି।

ଭାରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା।

ଦୁଇ ପୁଅ ଓ ମଝିଆଁ ବୋହୂଙ୍କୁ ମୃତ୍ୟୁ ଗୋପବନ୍ଧୁ ପାଣିଗ୍ରାହୀ କହିଛନ୍ତି, ଛୁଆଙ୍କୁ ବଡ଼ କଲି। ପାଠ ପଢ଼ାଇ ମଣିଷ କରାଇଲି। ଚାକିରି କରାଇଦେଲି। ସେମାନେ ରୋଜଗାର କଲେ। ପିଲାଙ୍କ ସୁଖ ଦେଖିବା ପରେ ମାଆ ପଳାଇଗଲା। ଦୁଃଖ ଦେଖିବା ପାଇଁ ମୁଁ ବଞ୍ଚିଛି। ମୁଁ ଆଗେ ଯିବା କଥା। କିନ୍ତୁ ସେମାନେ ଆଗରେ ପଳାଉଛନ୍ତି, ଯାହା ମୋତେ ବହୁ କଷ୍ଟ ଦେଇଛି। ଦୁଇ ପୁଅଙ୍କ ଦ୍ୱାଦଶକ୍ରିୟା ଦିନ ବୋହୂ ଚାଲି ଗଲା। ଏତେ ଦୁଃଖ କହିଁକି ଭଗବାନ ଦେଉଛ ବୋଲି ଗୋପବନ୍ଧୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story