କଟକ ଜିଲ୍ଲାରୁ ଆଜି ୯୭ ଜଣ ଚିହ୍ନଟ
କଟକ(ଓଡ଼ିଶା ରିପୋର୍ଟର): ଆଜି କଟକରୁ ୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ସହରରୁ ୫୧ ଜଣ ଅଛନ୍ତି। ତେବେ ଏଯାଏଁ କଟକ ଜିଲ୍ଲାରୁ ୮୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨୭ ଜଣ ଭଲ ହୋଇଛନ୍ତି। ୫୧ରୁ ୪୦ କ୍ୱାରେଣ୍ଟିନ ଏବଂ ୧୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ସେକ୍ ବଜାରରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଛନ୍ତି।
#COVID19 update in Cuttack city (CMC area)
Out of the 97 new COVID-19 +ve cases reported today in #Cuttack district, 51 +ve cases belong to Cuttack city (CMC area).
Another 6 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/PK87SH8Jij
— CMC,Cuttack (@CMCCuttack) July 30, 2020
ପୁରୁଣା ରାଉସାପାଟଣାରୁ ୬, ଦେଉଳସାହି ଶିବାଜୀନଗରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ତେଲେଙ୍ଗାବଜାରରୁ ୩, ଶଙ୍କରପୁରରୁ ୨, କୋରପୋଖରୀରୁ ୨ ଜଣ ଚିହ୍ନଟ ହୋଇଛନ୍ତି।
୧୦ ଜଣ ମୃତ୍ୟୁବରଣ କରିଛନ୍ତି ଏବେ ସୁଦ୍ଧା ୫୪୭ଟି କେସ୍ ଆକ୍ଟିଭ୍ ରହିଛି। ଏନେଇ ସିମିଏସି ପକ୍ଷରୁ ଟ୍ୱିଟ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।